-
ଶ୍ରୀମନ୍ଦିର ଖୋଲିବା ନେଇ ବିସ୍ତୃତ ଆଲୋଚନା
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ପୁରୀ ୫ଟି ସଚିବ ଭି କେ ପାଣ୍ଡିଆନ ଏବଂ ପରିଚାଳନା କମିଟି କାର୍ଯ୍ଯକାରୀ ଅଧ୍ଯକ୍ଷ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଚାଲିଥିବା ଉନ୍ନୟନ କାର୍ଯ୍ଯର ସମୀକ୍ଷା କରି ଫେରିବା ପରେ ଶ୍ରୀମନ୍ଦିର ଖୋଲିବା ନେଇ ବିସ୍ତୃତ ଆଲୋଚନା କରିଥିଲେ। ୫ଟି ସଚିବ ଓ ଉନ୍ନୟନ କମିଶନଙ୍କ ପରାମର୍ଶ ଅନୁଯାୟୀ ଦର୍ଶନ ବ୍ଯବସ୍ଥାକୁ ସୁବ୍ଯବସ୍ଥିତ କରାଯିବ |ଶ୍ରୀମନ୍ଦିର କାର୍ଯ୍ଯାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଜିଲ୍ଲାପାଳ ବଲୱନ୍ତ ସିଂ, ଉପଜିଲ୍ଲାପାଳ ଭବତାରଣ ସାହୁ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।