ଭଂଜନଗର, ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଆଜି ଅଚାନକ ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି | ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଶ୍ରୀ ସୀତାଂଶୁ ଶେଖର ଶତପଥି ଙ୍କ ହସ୍ପିଟାଲ ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋଚନ କରିଛନ୍ତି | ହସ୍ପିଟାଲ ର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ଡାକ୍ତର ସମସ୍ୟା ଉପରେ ଆଲୋଚନ କରିଥିଲେ | ଭିତ୍ତିଭୂମି ଉତ୍ତମ କରିବା ସହ ସ୍ୱଛତା, ପରିମଳ ବ୍ୟବସ୍ଥା , ଉତ୍ତମ ରୋଗୀ ସେବା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି | ପରେ ହସ୍ପିଟାଲର ଅନ୍ୟ ବିଭାଗ ବୁଲି ଦେଖିଥିଲେ | ଆଲୋଚନା ରେ ଅନ୍ୟ ମାନଙ୍କ ମଧ୍ୟରେ ହସ୍ପିଟାଲ ମ୍ୟାନେଜର ଶ୍ରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ |
Related Stories
November 24, 2024
November 24, 2024