ପୁରୀ ,ଶନିବାର ମାର୍ଗଶିର ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଠାକୁରଙ୍କର ରାତ୍ର ଚନ୍ଦନଲାଗି ପରେ ” ଘୋଡାଲାଗି ଅଧିବାସ ନୀତି ସମ୍ପର୍ଣ୍ଣ ହୋବାକୁ ଯାଉଛି । ମହାପ୍ରଭୁଙ୍କ ଏହି ଘୋଡାଲାଗି ବା ପ୍ରାବରଣ ଯାତ୍ରାକୁ “ଓଢଣ ଲାଗି ଉତ୍ସବ” ମଧ୍ୟ କୁହା ଯାଇଥାଏ । ଏହି ଉତ୍ସବ ମାର୍ଗଶିର ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହେଉଥିଲେ ମଧ୍ୟ, ଏହାର ଅଧିବାସ ବିଧି ତାହାର ପୂର୍ବଦିନ ଅର୍ଥାତ ଆଜି ପଞ୍ଚମୀ (କୁରାଳ-ପଞ୍ଚମୀ)ତିଥିରେ ଅନୁଷ୍ଟିତ ହେବ । ମହାପ୍ରଭୁଙ୍କ ପୂର୍ବ ରାତ୍ର ପହୁଡ଼ ଘ.୧୦.୪୫,ହୋଇ, ଆଜି ଶ୍ରୀମନ୍ଦିର ଦ୍ୱାର ପ୍ରାତଃ.ଘ.୪.୧୫ ମି. ରେ ଖୋଲି, ମହାପ୍ରଭୁଙ୍କ ଦୈନଦିନ ନୀତି ପରେ ମହାପ୍ରଭୁଙ୍କ ପହିଲି ଭୋଗ ପୂଜା ସକାଳ ଘ.୮.୨୫ ରେ ବସି ଘ.୮.୩୫ ରେ ଶେଷ ହୋଇଥିଲା | ଏହାପରେ ମହାପ୍ରଭୁଙ୍କ ଭୋଗମଣ୍ଡପ, ମଧ୍ୟାନ ଧୂପ, ୨ୟ ଭୋଗମଣ୍ଡପ,ଦଖିଣି ଘର ଭୋଗ, ମୌଲାମ, ବେଶ ପରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଘ.୫.୩୦, ରେ ସମ୍ପର୍ଣ୍ଣ ହୋଇ, ସନ୍ଧ୍ୟା ଧୂପ ଡାକିଯାଇଥିଲେ | ସନ୍ଧ୍ୟା ଧୂପ ବଢି ,ପ୍ରସାଦ ବାହାରି ପାଣି ପଡ଼ିଲାପରେ ,ମଇଲମ ହୋଇ ମହାପ୍ରଭୁ ଙ୍କ ଚନ୍ଦନ ଲାଗି ହେବାପରେ, ପୂର୍ବରୁ ଧୋପଖାଳ ହୋଇ ଭୋଗମଣ୍ଡପ ଘରେ ଚାନ୍ଦୁଆ ବନ୍ଧା ଯାଇଥିବା ସ୍ଥାନରେ ପତନୀ ଘୋଡ଼,ଖଣ୍ଡୁଆ ଘୋଡ଼,ପାଗ, ଶ୍ରୀମଦନ- ମୋହନ ଙ୍କ କବରୀ, କାଛ ଓ ମା’ ଲଷ୍ମୀ , ମା’ ସରସ୍ଵତୀ ଙ୍କ ଘୋଡ଼, ଅଧିବାସ ମହାପ୍ରଭୁଙ୍କ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ପରେ ଭୋଗ ମଣ୍ଡପ ଘରେ ଘୋଡ଼ ଅଧିବାସ ନୀତି ସମ୍ପର୍ଣ୍ଣ ହେଲାପରେ, ପୂଜାପଣ୍ଡା ସାମନ୍ତେ ଆସି, ତିନି ଗୋଟି ମଣ୍ଡଳ କାଟିଲା ପରେ,ଭଣ୍ଡାର ମେକାପ ଘୋଡ଼ ମାନଙ୍କୁ ଚାଙ୍ଗଡ଼ାରେ ରଖି ମଣ୍ଡଳ ଉପରେ ରଖିଥାନ୍ତି,ପରେ ପଣ୍ଡା ଅଧିବାସ ନୀତି କଲାପରେ ଦୁଆର ମୁଦ ଦିଆଯାଇଥାଏ । ଏହାପରେ ମହାପ୍ରଭୁଙ୍କ ବଲ୍ଲବ ବଡ଼ସିଂହାର ଭୋଗ ଡାକିଯାନ୍ତି, ବଲ୍ଲବ ବଡ଼ସିଂହାର ଭୋଗ ପୂଜା ବସି, ଭୋଗ ଶେଷ ପରେ, ପ୍ରସାଦ ବାହାରି ପାଣି ପଡ଼ିଲାପରେ ମହାପ୍ରଭୁଙ୍କ ମଇଲମ, ଯାତ୍ରାଙ୍ଗି ମହାସ୍ନାନ ହୋଇ ଘଣ୍ଟା ଛତା ସର୍ବାଙ୍ଗ ପରେ,ମହାପ୍ରଭୁଙ୍କ ଝିନ ବସନ ଲାଗି ବେଶ ସହ ଛାମୁର୍ତି ଅଳଙ୍କାର ଲାଗି ହେଲାପରେ ,ପଇଡ଼,ବିଡ଼ିଆ,ଘସା ମଣୋହି ବଢି ଆଳତି ହେବାପରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ସମ୍ପର୍ଣ୍ଣ ହେବ |
Related Stories
November 23, 2024