
ନୟାଗଡ଼– ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ଗୋଟିଏ ପରିବାରର ୩ ଜଣଙ୍କୁ ପଚରା ଉଚୁରା ପାଇଁ ଉଠାଇ ନେଇଛି ଏସଆଇଟି । ଏମାନେ ହେଲେ ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତିନି ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।
ପ୍ରକାଶ ଥାଉ କି, ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାମରେ ୫ ଲକ୍ଷ ଯାଚିବା ଅଭିଯୋଗ ଆଣିଥିଲେ ସରୋଜ । ତେଣୁ ଏ ସମ୍ପର୍କରେ ମଧ୍ୟ ତାଙ୍କୁ ଅଧିକ ପଚରା ଉଚୁରା କରିପାରେ ଏସଆଇଟି ।