
ଭୁବନେଶ୍ୱର- ପୁରୀର ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ରାଜାର ବରିଷ୍ଠ ଅଧିକାରୀ । ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ୫- ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଉଲ୍ଲେଖନୀୟ ଯେ ଆସନ୍ତା ୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି ସେନେଇ ଏହି ଅଧିକାରୀ ମାନେ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଆଲୋଚନା କରିଛନ୍ତ ି । ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସକ ମଧ୍ୟ ଉପସ୍ଥିତ ଥିଲେ ।