ପୁରୀ ,,ଜନଗହଳି ପୂର୍ଣ୍ଣ ବଡ଼ଦାଣ୍ଡରେ ଖୁଲମ ଖୁଲା ଗୁଡ଼ି ଉଡାଇ ବାଟୋଇଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି ଅମାନିଆ |ବାଟେରଙ୍କ ପାଇଁ ସମସଲ ସୁଛି କରୁଛନ୍ତି ଅମାନିଆ । ଏହି ଗୁଡ଼ି ସୂତାରେ ଲାଗି ବାଟୋଇ ରକ୍ତାକ୍ତ ହେଉଥିବା ବାରମ୍ବାର ଅଭିଯୋଗ ହୋଇଥିବାବେଳେ ଶୁକ୍ରବାର ଅପରାହ୍ନରେ ଘଟିଛି ଆଉ ଏକ ଅଘଟଣ। ଗୁଡ଼ି ସୁତା ଲାଗି ବଳଗଣ୍ଡିର ନିରାକାର ସାହୁ ଓରଫ ମଣ୍ଟୁ (୩୨) ଆହତ ହୋଇଛନ୍ତି । ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି ।ମଣ୍ଟୁ ଅପରାହ୍ନ ୪. ୪୫ ମିନିଟ ସମୟରେ ମାର୍କେଟ ଛକରୁ ସଉଦା ନେଇ ଘରକୁ ଫେରୁଥିଲେ |ମୋପେଡ ଯୋଗେ ଫେରୁଥିବାବେଳେ ମାଉସୀ ମା’ ମନ୍ଦିର ସମ୍ମୁଖରେ ହଠାତ ଗୁଡ଼ି ସୁତା ଲାଗିଯାଇଥିଲା |ଏଥିରେ ତାଙ୍କର ବାମ ପାର୍ଶ୍ୱ କାନ କଟିଥିଲା ବୋଲି କହିଛନ୍ତି ମଣ୍ଟୁ । ସେ ହଠାତ୍ ବ୍ରେକ୍ ଦେଇ ମୋପେଡକୁ ଅଟକାଇ ଦେଇଥିଲେ। ନଚେତ ବଡ ଧରଣର କ୍ଷତି ଘଟିଥାନ୍ତା ବୋଲି ସେ କହିଛନ୍ତି ।ପୂର୍ବରୁ ଏହି ଭଳି ଜଣେ ବ୍ୟାଙ୍କ କର୍ମଚାରୀ ଙ୍କ ହାତ ଓ ଜଣେ ନର୍ସଙ୍କ ତଣ୍ଟି କଟିଥିଲା। ପ୍ରତିବର୍ଷ ନିୟମିତ ଭାବେ ଅମାନିଆଙ୍କ ଗୁଡ଼ି ଉଡା ପାଇଁ ବାଟୋଇ ବଡ଼ଦାଣ୍ଡରେ ରକ୍ତାକ୍ତ ହେଉଛନ୍ତି।ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରାଯାଉଥିବାବେଳେ ଏହାର ପ୍ରତିକାର କରାଯାଉନାହିଁ । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଏଭଳି କାର୍ଯ୍ୟ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏହି ସମସ୍ୟା ଦୂର ହେବ ବୋଲି ଅନେକ ମତ ଦେଇଛନ୍ତି।
Related Stories
November 23, 2024