ପୁରୀ ,ଶ୍ରୀମନ୍ଦିର ସେବାୟତଙ୍କ ସ୍ୱତନ୍ତ୍ର ପରିଚୟ ରହିଛି । ସେମାନଙ୍କ ଆର୍ଥିକ, ସାମାଜିକ ତଥା ଶୈକ୍ଷିକ ବିକାଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକାଧିକ ପରିକଳ୍ପନା କରିଛି । ସ୍ୱତନ୍ତ୍ର ବର୍ଗଭୁକ୍ତ ଶ୍ରୀମନ୍ଦିର ସେବାୟତମାନେ ଏଥିରୁ ସୁଫଳ ପାଇ ପାରୁନାହାନ୍ତି ।ଏମାନଙ୍କ ଜନଗଣନା ଠିକରେ ହୋଇନାହିଁ । ଆର୍ଥିକ ସ୍ଥିତି ନେଇ ସ୍ପଷ୍ଟଚିତ୍ର ମିଳୁନାହିଁ । ଶିକ୍ଷା ଦୀକ୍ଷା କ୍ଷେତ୍ରରେ ପଛରେ ପଡ଼ିଯାଇଥିବା ସେବାୟତଙ୍କ ସାମାଜିକ ତଥା ଆର୍ଥିକ ସ୍ଥିତି ସମ୍ପର୍କରେ ଏହା ପୂର୍ବରୁ ସେବକ ସମ୍ପ୍ରଦାୟ ସମ୍ପର୍କରେ ସର୍ଭେ ହୋଇଥିଲା । ସେତେବେଳେ ମୋଟ ୨୨୩୬ ସେବକ ପରିବାର ଥିବା ତଥ୍ୟ ମିଳିଥିଲା । ଏହି ସର୍ଭେରେ କିନ୍ତୁ କେତେକ ତ୍ରୁଟି ରହିଯାଇଥିଲା ।ଏବେ ପରିବାର ସଂଖ୍ୟା, ସଦସ୍ୟ ସଂଖ୍ୟା ବଢ଼ିଛି । ତତଦ୍ୱାରା ପରିସ୍ଥିତି ବଦଳି ଯାଇଛି । କୋଭିଜ୍ ୧୯ ସଂକ୍ରମଣ ବେଳେ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବାରୁ ସେବାୟତଙ୍କ ଆର୍ଥିକ ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି। ଫଳରେ ପୁଣି ଥରେ ଶ୍ରୀମନ୍ଦିର ସେବାୟତଙ୍କ ସାମାଜିକ ତଥା ଅର୍ଥନୈତିକ ସ୍ଥିତିର ସର୍ଭେ ଜରୁରି ବୋଲି ଶୁକ୍ରବାର ଅନୁଷ୍ଠିତ ଏକ ତାଲିମ ଶିବିରରେ ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ସର୍ଭେ ପାଇଁ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶାସନ ପକ୍ଷରୁ ତାଲିମ ଦିଆଯାଇଛି।ନବକୃଷ୍ଣ ଚୌଧୁରୀ ବିକାଶ ଅନୁଧାନ ପ୍ରତିଷ୍ଠାନଜରିଆରେ ସେବାୟତଙ୍କ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯିବ । କେଉଁ ସବୁ ତଥ୍ୟ ଆଧାରରେ ଏହି ସର୍ଭେ ହେବ ତାହାର ଗାଇଡ୍ ଲାଇନ ଜାରି କରାଯାଇଛି । ଜିଲ୍ଲାପାଳ ବଲୱନ୍ତ ସିଂହ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ସର୍ଭେ କରୁଥିବା ଅନୁଷ୍ଠାନର ଅଫିସରମାନେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ତାଲିମ ଦେଇଥିଲେ । ସର୍ଭେ ତଥ୍ୟ ଆଧାରରେ ସେବାୟତ କଲ୍ୟାଣ ଯୋଜନାଗୁଡିକରୁ ସେବାୟତମାନେ ସୁଫଳ ପାଇପାରିବେ ବୋଲି ଶିବିରରେ ସୂଚନା ଦିଆଯାଇଥିଲା ।ସର୍ଭେ ତଥ୍ୟ ଆଧାରରେ ଗରିବ ସେବାୟତଙ୍କୁ ଘର,
ଶିକ୍ଷା ସହାୟତା, ଉଚ୍ଚତର ଶିକ୍ଷା ସହାୟତା, ଗୁରୁକୂଳରେ ମାଗଣା ଶିକ୍ଷାସେବା, ଚିକିତ୍ସା ସେବା ମିଳିବ। ସେହିଭଳି ଶ୍ରୀମନ୍ଦିରରେ ଭତ୍ତମ ଆଚରଣ ଏବଂ ଉଚ୍ଚାରଣ ପାଇଁ ଶିକ୍ଷା ଦିଆଯାଇ ପାରିବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଥିଲେ।ଶିବିରରେ ୨୫ରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ତିନି ମାସ ମଧ୍ୟରେ ସର୍ଭେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସର୍ଭେ ତଥ୍ୟ ଅଧାରରେ ସେବାୟତଙ୍କ ଆର୍ଥିକ ବିକାଶ ପାଇଁ ପ୍ରଶାସନ ପକ୍ଷରୁ ସହାୟତା ଆବଶ୍ୟକ ମୁତାବକ ଦିଆଯାଇ ପାରିବ ବୋଲି ଆଶା କରାଯାଉଛି ।
Related Stories
November 23, 2024