ପୁରୀ ,ପୁରୀ ଜିଲ୍ଲାରେ ଶ୍ରୀ ଜଗନ୍ନାଥ ମନ୍ଦିର ବ୍ୟତୀତ ସମସ୍ତ ଧର୍ମାନୁଷ୍ଠାନ ଆସନ୍ତା ୨୩.୧୨.୨୦୨୦ରିଖ ଠାରୁ ସର୍ବସାଧାରଣ ମାନଙ୍କ ନିମନ୍ତେ କୋଭିଡ କଟକଣା ପାଳନ ପୂର୍ବକ ଖୋଲିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ଅନୁମତି ପ୍ରଦାନ କରିଛନ୍ତି । ସଂପୃକ୍ତ ତହସିଲଦାରମାନଙ୍କ ଅଧ୍ୟକ୍ଷତାରେ ଥାନାଧିକାରୀ, ସଂପୃକ୍ତ କମିଟି, ବିଭିନ୍ନ ଅଂଶୀଦାର ଏବଂ ସ୍ଥାନୀୟ ଜନ ଜନପ୍ରତିନିଧି ମାନଙ୍କ ସହ ଆଲୋଚନା କରି ଧାର୍ମିକ ସ୍ଥଳ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ସଂପୃକ୍ତ ଗ୍ରାମ୍ୟ ମୁଖ୍ୟ, ପୂଜାରୀ, ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହ ଆଲୋଚନା କରି କୋଭିଡ ନୀୟମ ପାଳନ କରି ଧାର୍ମିକ ସ୍ଥଳରେ ଜନ ସାଧାରଣ ଶୃଙ୍ଖଳିତ ଦର୍ଶନ କରିବା ସଂପର୍କରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ମାନେ ସମନ୍ବୟ ରକ୍ଷା କରିବେ । ସାନିଟାଇଜର ବ୍ୟବହାର, ସାମାଜିକ ଦୂରତ୍ବ ରକ୍ଷା, ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୬୫ ବର୍ଷ ବୟସରୁ ଅଧିକ ବ୍ୟକ୍ତି, ୧୦ ବର୍ଷ ବୟସରୁ କମ୍ ପିଲା, ଗର୍ଭବତୀ ମହିଳା ଏବଂ ମଧୁମେହ, ହୃଦ୍ ରୋଗୀ ମାନେ ଧାର୍ମିକ ସ୍ଥଳରେ ପ୍ରବେଶ ନକରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ସ୍ବତନ୍ତ୍ର ନିଷ୍ପତ୍ତି ଗ୍ରହଣ କରାଯିବ । କୋଭିଡ ନୀୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
Related Stories
November 23, 2024