ପୁରୀ ,ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମନ୍ବୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ସ୍ବୟଂ ସହାୟକ ଗୋଷ୍ଠୀ, ପ୍ରଧାନମାନ୍ତ୍ରୀ ରୋଜଗାର ଯୋଜନା, କୃଷି ଓ ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ଆର୍ଥିକ ସହାୟତା ସଂକ୍ରାନ୍ତୀୟ ପଦକ୍ଷେପକୁ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଋଣ ସଂକ୍ରନ୍ତୀୟ ଦରଖାସ୍ତ ଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ବିଶେଷକରି କୃଷି କ୍ଷେତ୍ରକୁ ଅଧିକ ଋଣ ପ୍ରଦାନ ନିମନ୍ତେ ବିଧିବଦ୍ଧ ଭାବେ ବ୍ୟାଙ୍କ ଗୁଡିକ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବାକୁ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି ।ଲକ୍ଷ୍ୟ ହାସଲକାରୀ ବ୍ୟାଙ୍କ ଗୁଡିକୁ ପୁରସ୍କୃତ କରାଯିବ । ବ୍ୟାଙ୍କ ଗୁଡିକ ମିଶନଶକ୍ତି, ଓଡିଶା ଜୀବିକା ମିଶନ, ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ ମାନଙ୍କ ସହ ଦୈନଦିନ ବୈଠକ କରି ବିଭିନ୍ନ ଯୋଜନା ସଂକ୍ରାନ୍ତୀୟ ସହାୟତା ଉପରେ ସମୀକ୍ଷା କରି ପଦକ୍ଷେପ ଗ୍ରହଣ କରାଯିବ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନିତି ରଞ୍ଜନ ସେନ, ଏଲଡିଏମ ଶ୍ରୀ ବ୍ରଜ କିଶୋର ମହାନ୍ତି, ଡିଆଇସି ମ୍ୟାନେଜର, ବିଭିନ୍ନ ବ୍ୟାଙ୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024