ପୁରୀ ,ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ପୁରୀ ଦ୍ୱାରା ସୋସିଆଲ ମିଡ଼ିଆ ଫ୍ଲାଟର୍ଫମ ରେ ସୁରକ୍ଷା ଶିର୍ଷିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ଏହି ଆଲୋଚନାଚକ୍ରକୁ ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ରାଜକିଶୋର ଲେଙ୍କା ଉଦ୍ଘାଟନ କରି ସମସ୍ତେ ବିଭିନ୍ନ ସୋସିଆଲ ମିଡ଼ିଆ ବ୍ୟବହାର ସମୟରେ ସତର୍କ ରହିବା ପାଇଁ କରିଥିଲେ ପାସ୍ ୱାର୍ଡ ବ୍ୟବହାର କରିବା ପାଇଁ କହିଥିଲେ। ଅଯଥା ମେସେଜ ବା ଅଦରକାରୀ ଫଟୋ, ଭିଡ଼ିଓ ନ ପଠାଇବା ଏବଂ ବ୍ୟକ୍ତିଗତ ତଥ୍ୟ ଫେସବୁକ ଓ ୱାଟସଅପ୍ ପଠାଇବା ଠିକ ନୁହଁବୋଲି ସେ ବୁଝାଇଥିଲେ। ଆପ୍ଲିକେଶନ ସରିବା ପରେ ତାକୁ ଲଗଆଉଟ କରିବା ଏବଂ ଆଣ୍ଟିଭାଇରସ ବ୍ୟବହାର କରିବା ପାଇଁ ଗୁରୁତ୍ଵ ଦେଇଥିଲେ ।
ପ୍ରାଧିକରଣ ର ସଚିବ ଶ୍ରୀ ଅମରେଶ ମହାପାତ୍ର କହିଥିଲେ ଯେ ସବୁଥିରେ ଭଲ ଓ ମନ୍ଦ ଉଭୟ ଅଛି। ତେଣୁକରି ଇଣ୍ଟରନେଟର ସଦୁପଯୋଗ କରିବା ଦରକାର। ପିତାମାତା ମାନେ ପିଲାମାନଙ୍କ ଉପରେ ଧ୍ୟ।ନ ଦେବା ଦରକାର। ଏହି କାର୍ଯ୍ୟକ୍ରମ ରେ ପାନେଲ ଓକିଲ, ପାରା ଲିଗାଲ ସ୍ବେଚ୍ଛା ସେବୀ,ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଶିଶୁ ଯତ୍ନ ଅନୁଷ୍ଠାନ ର ଅନ୍ତେବାସୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ଆଦି ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ପ୍ରାଧିକରଣ କର୍ମଚାରୀ ସହଯୋଗ କରିଥିଲେ।
Related Stories
November 24, 2024
November 24, 2024