
ପୁରୀ ,ପୁରୀ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟକର୍ତ୍ତା ଙ୍କ ନିମନ୍ତେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଦଳର ଛାମୁଆ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳ କମିଟିରେ ଜିଲ୍ଲାର ସଂଗ୍ରାମୀ ନେତାମାନଙ୍କୁ ସାମିଲ କରାଯାଇଛି। ଡେଲାଙ୍ଗ-ପିପିଲି ନିର୍ବାଚନ ମଣ୍ଡଳୀ ର ଲୋକପ୍ରିୟ ରାଜନେତା ଦେବାଶିଷ ନନ୍ଦ ଙ୍କୁ ଉପସଭାପତି ବିଜେଡ଼ି ପୁରୀ ଜିଲ୍ଲା, ପ୍ରସନ୍ନ କୁମାର ସାହୁ ଙ୍କୁ ସମ୍ପାଦକ ବିଜେଡି ପୁରୀ ଜିଲ୍ଲା ଓ ବୈରାଗୀ ଜେନା ବିଜେଡି ସଭାପତି ଡେଲାଙ୍ଗ ବ୍ଲକ ଭାବେ ନିଯୁକ୍ତି ଦିଆଯାଇଛି। ଏହି ଅବସରରେ ସେମାନଙ୍କୁ ବିଜୁ ଜନତା ଦଳ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଡାଃ ପ୍ରତିଭା ମହାରଥୀ, ଯୁବ ଜନତା ଦଳର ଉପସଭାପତି ସୁନୀଲ ମହାନ୍ତି,ସମ୍ପାଦକ ରାଜ୍ଯ ଯୁବ ଜନତା ଦଳ ନାରାୟଣ ସିଂ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ।