କେନ୍ଦୁଝର – ଆଜି ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର । ଟ୍ରକ୍ ଧକ୍କାରେ ସେ ଆସୁଥିବା ସ୍କର୍ପିଓ ଗାଡିର ସାମ୍ନା କିଛି ଅଂଶ ନଷ୍ଟ ହୋଇଥିବା ବେଳେ ସୌଭାଗ୍ୟବଶତଃ ତାଙ୍କ ଶରୀରରେ ସାମାନ୍ୟ ଆଘାତ ଲାଗିଛି ।
ଆଜି ମଧ୍ୟାହ୍ନ ସମୟରେ ଏସପି ଶ୍ରୀ ମହାପାତ୍ର କେନ୍ଦୁଝରରୁ ତୁରୁମୁଙ୍ଗା ଥାନା ପରିଦର୍ଶନରେ ଯାଉଥିଲେ । ଏହି ସମୟରେ ଝାରବେଡ଼ା ଛକରେ ଏକ ଦଶଚକିଆ ଟ୍ରକ୍ ତାଙ୍କ ସ୍କର୍ପିଓ ଗାଡିକୁ ସାମ୍ନାରୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗାଡିର ସାମ୍ନା କିଛି ଅଂଶ ନଷ୍ଟ ହୋଇଥିବା ବେଳେ ଏସପି ଅଳ୍ପକେ ବର୍ତି ଯାଇଥିଲେ । ଏହି ଦୁର୍ଘଟଣା ବେଳେ ଏସପି ଗାଡିର ଆଗ ସିଟ୍ ରେ ବସିଥିଲେ । ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରକ୍ ସହିତ ଡ୍ରାଇଭରକୁ ଅଟକ ରଖି ପଚରା ଉଚୁରା ଚଳାଇଛି ।