ଫୁଲବାଣୀ– କନ୍ଧମାଳ ଜିଲ୍ଲାରେ ସିକଲସେଲ ଓ ଥିଲାସେମିଆ ରୋଗୀ ବହୁଳ ଭାବରେ ଦେଖା ଯାଉଥିବାରୁ ବିଳମ୍ବରେ ହେଲେ ମଧ୍ୟ ସରକାର ଏକ ସିକଲସେଲ ଚିକିତ୍ସା କେନ୍ଦ୍ର ଜି. ଉଦୟଗିରି ଠାରେ ଉଦଘାଟନ କରିଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ରାଜଶ୍ରୀ ପଟନାୟକ ଏହାର ଉଦଘାଟନ କରିଛନ୍ତି । ଏହି ଚିକିତ୍ସା କେନ୍ଦ୍ର ଭାରତୀୟ ଆର୍ୟୁ ବିଜ୍ଞାନ ଗବେଷଣା ସଂସ୍ଥା (ଆଇସିଏମ ଆର) ଓ ଗବେଷଣା କେନ୍ଦ୍ର (ଆରଏମ ଆରସି) ଏବଂ ଓଡିଶା ସରକାରଙ୍କ ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ଜିଉଦୟଗିରି ଠାରେ ଖୋଲିବା ପାଇଁ ତିନି ବର୍ଷ ତଳେ ଘୋଷଣା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ. ମନୋରଞ୍ଜନ ରଣଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ଦକ୍ଷିଣ ଓଡ଼ିଆର ଏକମାତ୍ର ଚିକିତ୍ସାକେନ୍ଦ୍ର ଭାବେ ଏଠାରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ । ଏହି ରୋଗ ବଂଶଗତ । ନିଜ ରକ୍ତ ସମ୍ପର୍କୀୟଙ୍କୁ ବିବାହ କଲେ ଏହି ରୋଗ ବଢିଥାଏ ।ଏଥିରେ ବାରମ୍ବାର ରୋଗୀକୁ ରକ୍ତ ଦେବାକୁ ପଡିଥାଏ । ବାପା ମାଆ ଉଭୟଙ୍କର ସିକଲସେଲ ଥିଲେ ସନ୍ତାନ ମାନେ ଅଧିକ ଆକ୍ରାନ୍ତ ହୋଇଥାନ୍ତି । ଏବଂ ଅଧିକାଂଶ ଯୁବକ ଅବସ୍ଥାରେ ମୃତ୍ୟୁ ବରଣ କରିଥାନ୍ତି । ଷାଠିଏ ପ୍ରତଶିତରୁ ଅଧିକ ଲକ୍ଷଣ ଥିଲେ ବିବାହ ନ କରିବାକୁ ବା ସନ୍ତାନ ଜନ୍ମ ନ କରିବାକୁ ପରାମର୍ଶ ଦେଇଥାନ୍ତି ଡ଼ାକ୍ତର । ଏହାର ଏକ ପରିକ୍ଷା କେନ୍ଦ୍ର ଦାରିଙ୍ଗବାଡି ଠାରେ ଖୋଲିବା ପାଇଁ ବ୍ୟବସ୍ଥା ଥିବା ଡଃ. ରଣଜିତ ଘୋଷଣା କରିଛନ୍ତି ।