

ସେହିପରି ଦର୍ଶନ ପାଇଁ ଆସୁଥିବା ସହରବାସୀ ଆଧାର କାର୍ଡ଼ ଓ ଭୋଟର କାର୍ଡ଼ ସାଥିରେ ଆଣିବେ । ଏହା ପରେ ୩ ତାରିଖ ପରେ ବାହାର ଅଂଚଳର ଲୋକଙ୍କୁ ଦର୍ଶନ ସୁବିଧା ମିଳିବ । ସାମାଜିକ ଦୂରତ୍ୱ ଏବଂ କୋଭିଡ଼୍ ଗାଇଡ଼୍ ଲାଇନ୍ କୁ ଅନୁପାଳନ କରି ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ଶ୍ରୀଜୀଉମାନଙ୍କ ଦର୍ଶନ କରିପାରିବେ । ତେବେ ବର୍ତମାନ ପାଇଁ କେବଳ ପୁରୀ ସହର ବାସୀଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଏହା ସହିତ ଆସନ୍ତା ୨୩ ତାରିଖ ଠାରୁ ପୁରୀ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଜିଲ୍ଲାର ପ୍ରମୁଖ ମନ୍ଦିର ଯେପରିକି କାକଟପୁର ମଙ୍ଗଳା, ବ୍ରହ୍ମଗିରି ଅଲାରନାଥ, ସାକ୍ଷିଗୋପାଳର ପ୍ରସିଦ୍ଧ ସାକ୍ଷୀ ଗୋପୀନାଥ ମନ୍ଦିର ଏବଂ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଥିବା ପ୍ରମୁଖ ମନ୍ଦିର ଗୁଡିକରେ ସମ୍ପୃକ୍ତ ଅଂଚଳର ତହସିଲଦାର ସେହି ଅଂଚଳର ଥାନା ଅଧିକାରୀ, ମନ୍ଦିର କମିଟି, ପଚାଂୟତ ପ୍ରତିନିଧି ଉପସ୍ଥିତ ରହି ସ୍ପେଶାଲ ଅପରେସନ ପ୍ରୋସିଜ୍ୟୁର (ଏସଓପି) ପ୍ରସ୍ତୁତ କରାଯିବ ଏବଂ ତଦନୁଯାୟୀ ଧାର୍ମିକ ଅନୁଷ୍ଠାନ ଗୁଡିକ ଖୋଲିବାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି ।