-
ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ:ଗୋଟିଏ ଦିନ ପାଇଁ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେସିଆଲ ବାତିଲ ହେବ
-
ତିନିଟି ଦୂରଗାମୀ ଟ୍ରେନ ତିରୁପତି ପରିବର୍ତେ ମାର୍ଗ ପରିବର୍ତନ କରି ଚଳାଚଳ କରିବ
ପୂର୍ବତଟ ରେଳବାଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହା ଯାଇଛି ଯେ ୦୮୪୭୯/୦୮୪୮୦ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱରରୁ ଡିସେମ୍ବର ମାସ ୧୯ ତାରିଖ ଦିନ ଏବଂ ତିରୁପତିରୁ ଡିସେମ୍ବର ମାସ ୨୦ ତାରିଖ ଦିନ ବାତିଲ ରହିବ ।
ସେହିପକି ୦୨୬୫୯ ନାଗରକୋଏଲ-ଶାଲୀମାର ବିଶେଷ ଏକ୍ସପ୍ରେସ ନାଗରକୋଏଲରୁ ଡିସେମ୍ବର ମାସ ୨୦ ତାରିଖ ଦିନ, ୦୨୮୯୦ ଯଶୋବନ୍ତପୁର-ଟାଟା ବିଶେଷ ଟ୍ରେନ ଯଶୋବନ୍ତପୁରରୁ ଡିସେମ୍ବର ମାସ ୨୧ ତାରିଖ ଦିନ ଏବଂ ୦୨୮୩୬ ଯଶୋବନ୍ତପୁର-ହାତୀଆ ବିଶେଷ ଟ୍ରେନ ଯଶୋବନ୍ତପୁରରୁ ଡିସେମ୍ବର ମାସ ୨୫ ତାରିଖ ଦିନ ତିରୁପତି ପରିବର୍ତେ ମାର୍ଗ ପରିବର୍ତନ କରି କାଟପାଡି-ରେନିଗୁଂଟା ।-ଗୁଡୁର ଷ୍ଟେସନ ଦେଇ ଚଳାଚଳ କରିବ ବୋଲି କୁହା ଯାଇଛି ।