
ପୁରୀ ,ସ୍ଥାନୀୟ ଗୋଛିକାର ସାହି ର ସହୃଦୟ ଦମ୍ପତି ଶ୍ରୀଯୁକ୍ତ ମଦନ ମୋହନ କର ଏବଂ ଶ୍ରୀମତୀ ଜୟଲକ୍ଷ୍ମୀ କର ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ର ଜରା ଶ୍ରମ କୁ ଆଗମନ କରିଥିଲେ ଏବଂ ଆଶ୍ରମ ରେ ରହୁଥିବା ବୃଦ୍ଧ ବୃଦ୍ଧା ମାନଙ୍କୁ ଆଗାମୀ ଦିନର ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଲେ।
ସେମାନେ କହିଥିଲେ କି କେବଳ ପବିତ୍ର ମନୋଭାବ ଥିଲେ ହିଁ ଏଭଳି ନିଃସ୍ଵାର୍ଥପର ସମାଜସେବା କରାଯାଇପାରେ।ତା ସହିତ ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ର ଭୂୟସୀ ପ୍ରଶଂସା ମଧ୍ୟ କରିଥିଲେ।
ଶେଷରେ ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ (ଜରା ଶ୍ରମ) କୁ କିଛି ଉପହାର ମଧ୍ୟ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏଭଳି ସହଯୋଗ ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଶ୍ରୀଯୁକ୍ତ ମଦନ ମୋହନ କର ଏବଂ ଶ୍ରୀମତୀ ଜୟଲକ୍ଷ୍ମୀ କର ଙ୍କ ଭଳି ସହୃଦୟ ଦମ୍ପତି ଙ୍କ ଉନ୍ନତି ହେଉ ଏବଂ ତାଙ୍କର ହିତ ପାଇଁ ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଜରା ଶ୍ରମ ର ସମସ୍ତ ଅନ୍ତେବାସୀ ଓ ସମସ୍ତ ସଦସ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେମାନଙ୍କ ଉର୍ନ୍ନତି ଏବଂ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଛନ୍ତି |