
ଶ୍ରୀ ଷଡଙ୍ଗୀ ଟ୍ବିଟ କରି କହିଛନ୍ତି ଯେ -ଖାଦି ଗ୍ରାମୋଦ୍ୟୋଗ କର୍ପୋରେସନ ମାଧ୍ୟମରେ ଖୁବ୍ ଶୀଘ୍ର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବାର ଲକ୍ଷ୍ୟ ନେଇ ଗୋବରରେ ନିର୍ମିତ ଏକ ‘ବୈଦିକ ରଙ୍ଗ’ ପ୍ରସ୍ତୁତ କରିବାକୁ ଯାଉଛୁ, ଯାହାଦ୍ବାରା ଗୋପାଳକ ତଥା କୃଷକମାନେ ଏକ ସୁନିଶ୍ଚିତ ଅତିରିକ୍ତ ଆୟ ପାଇବା ସହ ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭର ପରିକଳ୍ପନାକୁ ସାକାର କରିବାରେ ଦୃଢ ସହାୟକ ହେବ।
ସେ କହିଛନ୍ତି ଯେ ଡିଷ୍ଟମ୍ପର ଓ ଏମଲସନରେ ପ୍ରସ୍ତୁତ ଏହି ରଙ୍ଗ ପରିବେଶ ଅନୁକୂଳ, ଅଣ ବିଷାକ୍ତ, ଜୀବାଣୁ ନାଶକ, ଶିଉଳି ରୋଧକ ଏବଂ ଧୋଇବା ଯୋଗ୍ୟ ସହ ରଙ୍ଗ ଲଗାଇବାର ମାତ୍ର ଚାରି ଘଣ୍ଟା ମଧ୍ୟରେ ଶୁଖିଯିବ । ଏହାଦ୍ୱାରା ପଶୁପାଳନ ଚାଷୀଙ୍କ ପାଇଁ ବର୍ଷକୁ ୫୫ ହଜାର ଟଙ୍କାର ସୁନିଶ୍ଚିତ ଅତିରିକ୍ତ ଆୟ ହେବ ବୋଲି ସେ କହିଛନ୍ତି ।