ମୁମ୍ବାଇ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ବିଶ୍ୱରେ ଭାରତର ମାନ ବଢାଇଛନ୍ତି । ସେ ଦେଶକୁ ଏକଜୁଟ କରିବା ଓ ଶକ୍ତିଶାଳୀ କରିବାର କାମ କରିଛନ୍ତି ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ତଥା ଗୃହ ମନ୍ତ୍ରୀ ଅମିତ ଶାହ ।
ମହାରାଷ୍ଟ୍ରର ସାଙ୍ଗଲି ଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଦେଶରୁ ସୁରକ୍ଷିତ ରଖିବାକୁ ଭାରତୀୟ ଜନତା ପାର୍ଟିର ମେଂଟ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ । ସେ କହିଛନ୍ତି ଯେ ୭୦ ବର୍ଷ ଧରି ଅନୁଚ୍ଛେଦ ୩୭୦ ଜାମ୍ମୁ କାଶ୍ମୀରରେ ଲାଗୁ ରହିଥିଲା । କିନ୍ତୁ ନରେନ୍ଦ୍ର ମୋଦି ସରକାର ଏହି ଅନୁଚ୍ଛେଦକୁ ହଟାଇ ଗୋଟିଏ ଦେଶରେ ଦୁଇ ନିଶାନ, ଦୁଇ ପ୍ରଧାନ ଓ ଦୁଇ ବିଧାନକୁ ଫିଙ୍ଗି ଦେଇଛନ୍ତି ।
ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଲେ ରକ୍ତପାତ ହେବ ବୋଲି କେହି କେହି କହୁଥିଲେ । ହେଲେ ବର୍ତମାନ ଯାଏ ସେଠାରେ ଗୋଟିଏ ହେଲେ ଗୁଳି ଚାଲି ନାହିଁ । ଶ୍ରୀ ଶାହ କହିଛନ୍ତି ଯେ କାଶ୍ମୀରରେ ସ୍ଥିତି ସମ୍ପୂର୍ଣ ସାମାନ୍ୟ ରହିଛି । ପ୍ରଧାନମନ୍ତ୍ରୀ ମୋଦି ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ୱପ୍ନକୁ ପୂରଣ କରିଛନ୍ତି । ଆତଙ୍କବାଦୀ ଗତିବିଧିରେ ଲିପ୍ତ ପାକିସ୍ତାନ ଏବେ ଏକଘରିକିଆ ହୋଇଛି । ପାକିସ୍ତାନ ଯେଉଁ ଭାଷା କହୁଛି ସେହି ଭାଷା ରାହୁଲ ଗାନ୍ଧୀ ଓ ଶରଦ ପାବାର କହୁଛନ୍ତି ।
ସେ ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ ଓ ଏନସିପିକୁ ସାଧାରଣ ଲୋକଙ୍କୁ ଉତର ଦେବା ଦରକାର ଯେ ସେମାନେ ରାଷ୍ଟ୍ରର ସ୍ୱାର୍ଥ ସମ୍ବଳିତ ପ୍ରଶ୍ନରେ ବିରୋଧ କାହିଁକି କରୁଛନ୍ତି । ସେ କହିଛନ୍ତି ଯେ ବିଜେପି ଯେତେବେଳେ ବିରୋଧୀ ଦଳରେ ଥିଲା ସେତେବେଳେ ପାର୍ଟୀ ସବୁ ବେଳେ ରାଷ୍ଟ୍ରହିତ ସମ୍ପର୍କିତ ପ୍ରଶ୍ନ ମାନଙ୍କରେ ସରକାରର ସମର୍ଥନରେ ଠିଆ ହୋଇଛି ।
ସେ ମହାରାଷ୍ଟ୍ରର ଆଗାମୀ ନିର୍ବାଚନରେ ବିଜେପି ମେଂଟ ସମର୍ଥନରେ ଭୋଟଦାନ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ।