
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଣ୍ଡିରିପଡା ଗ୍ରାମପଞ୍ଚାୟତର ଶତାଧିକ ବିଜେପି କର୍ମୀ ଗତକାଲି ବିଜେଡ଼ିରେ ଯୋଗ ଦେଇଛନ୍ତି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ଵରେ ମା ସିଂହାସନି ପୀଠରେ ବିଜେଡିର ସମସ୍ତ ନେତୃ ବର୍ଗଙ୍କ ଉପସ୍ଥିତିରେ ପାଣ୍ଡିରିପଡା ଗ୍ରାମବାସୀ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏମାନେ ବିଜେଡି ଦଳରେ ସାମିଲ ହୋଇଛନ୍ତି । ଯାହାଦ୍ବାରା ଏହି ପଞ୍ଚାୟତରେ ଦୀର୍ଘ ଦିନ ଧରି ଲାଗି ରହିଥିବା ରାଜନୈତିକ ଅଶାନ୍ତିର ସମାଧାନ ହୋଇଛି ।
ଏହି ଅବସରରେ ବିଧାୟକ ଶ୍ରୀକାନ୍ତ ସାହୁ ଅନ୍ତଃ ଜିଲ୍ଳା ସଂଯୋଗିକରଣ ଯୋଜନାରେ ପାଣ୍ଡିରିପଡା ଠାରୁ ବାଣପୁର ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଯାହା ଫଳରେ ଅଞ୍ଚଳ ବାସୀ କମ୍ ସମୟରେ ଭୁବନେଶ୍ୱର ଯାତାୟାତ କରି ପାରିବେ ।