-
ପୁରୀରେ ପହଞ୍ଚୁଥିବା ପର୍ଯ୍ୟଟକ ସହଜରେ ଗୋସେବାର ସୁବିଧା ପାଇପାରିବେ -ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ପୁରୀଜିଲ୍ଲା ଗୋରୁଆଳ ପଞ୍ଚାୟତ ଅନ୍ତର୍ଗତ ଆଳିପଡ଼ାରେ ଅବସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ରେ ଦୀର୍ଘବର୍ଷ ଧରି ଗୋସେବା ସହିତ ଦୃର୍ଘଟଣା ଗ୍ରସ୍ତ ଗୋମାତା ମାନଙ୍କର ଚିକିତ୍ସା ସହିତ ଅସହାୟ ଗୋମାତା ମାନଙ୍କର ରହିବାର ସୁବ୍ୟବସ୍ଥା କରାଯାଇ ଆସୁଥିଲା |୨୦୧୯ ରଥଯାତ୍ରା ପୂର୍ବରୁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଉକ୍ତ ଗୋଶାଳା ଗୁରୁତ୍ୱକୁ ଅନୁଭବ କରି ପୁରୀ ସହରର ପ୍ରାୟ ୧୩୬ ଟି ଗୋମାତାଙ୍କୁ ପ୍ରାଥମିକ ସ୍ତରରେ ପ୍ରେରଣ କରିଥିଲେ |ପ୍ରଯ୍ୟାୟ କ୍ରମରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପୃଷ୍ଟି, ପୁରୀ ପୌରପାଳିକା ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଏହି ଗୋଶାଳା କୁ ବିଭିନ୍ନ ସମୟରେ ପରିଦର୍ଶନ କରି ସ୍ଥିତକୁ ସମୀକ୍ଷା କରିବା ସହିତ ଆବଶ୍ୟକୀୟ ସହଯୋଗ ଦେବାପାଇଁ ପ୍ରତିଶୃତି ଦେଇଥିଲେ |ଏହାପରେ ଗତ ୧୯/୧୧/୨୦୨୦ ରିଖରେ ଜିଲ୍ଲାପାଳ ବଲୱନ୍ତ ସିଂହ, ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ପ୍ରସନ୍ନ କୁମାର ପୃଷ୍ଟି ଏବଂ ପୁରୀ ପୌରପାଳିକା ଅଧିକାରୀ ବିଜୟ କୁମାର ଦାଶ ପରିଦର୍ଶନ କରି ଆବଶ୍ୟକୀୟ ସୁବିଧା ସୁଯୋଗ ଏବଂ କିଭଳି ଭାବେ ଏଠାରେ ରହୁଥିବା ଗୋମାତା ମାନଙ୍କର ବିକାଶ ହୋଇପାରିବ ଏବଂ ପୁରୀ ସହରରେ ଅସହାୟ ଭାବେ ଚଳ ପ୍ରଚଳ କରୁଥିବା ଗୋମାତା ବିଶେଷ ଭାବେ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ, ବଡଦାଣ୍ଡରେ ଯେଉଁଠିକି ପର୍ଯ୍ୟଟକ ମାନଙ୍କୁ ସେମାନେ ଯେମିତି ଆଘାତ ନ କରନ୍ତି ଏବଂ ଯାତାୟାତର ସୁବିଧାକୁ ନଜରରେ ରଖି ଓ ଗୋମାତାଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଏବଂ ତୀର୍ଥଯାତ୍ରୀ ଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨୦୦ ଗୋମାତା ଆଗାମୀ ଦିନରେ ସେମାନଙ୍କୁ ଗୋଶାଳା କୁ ସ୍ଥାନାନ୍ତରିତ କରିବେ ବୋଲି ଜିଲ୍ଲାପାଳ ଉକ୍ତ ଦିନରେ ପ୍ରତିଶୃତି ଦେଇଥିଲେ |
ସେହି ସମୟରେ ଗୋଶାଳା ନିକଟରେ ଥିବା ୧୦ ଏକର ସରକାରୀ ଜମିରେ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ସହାୟତାରେ ଗୋମାତା ଖାଦ୍ୟ ନିମନ୍ତେ ଉର୍ନ୍ନତ ମାନର ଘାସ ଚାଷ କରାଯିବା ପାଇଁ ମତବ୍ୟକ୍ତ କରିଥିଲେ |ଗୋବଂଶ ମାନଙ୍କ ମୌଳିକ ସୁବିଧା ପାଇଁ ଇଡ଼କୋ ରୋଡ ଠାରୁ ଗୋଶାଳା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଏକ ପୋଖରୀ ନିର୍ମାଣ ଓ ଗୋଶାଳା ପରିସରକୁ ଆଲୋକୀ କରଣ ପାଇଁ ଜିଲ୍ଲାପାଳ ବଲୱନ୍ତ ସିଂହ ପ୍ରତିଶୃତି ଦେଇଥିଲେ |ତଦଅନୁଯାୟୀ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବିଭାଗୀୟ ଅଧିକାରୀ ମାନେ ଇଡିକୋ ରୋଡ଼ ଠାରୁ ଗୋଶାଳା ପର୍ଯ୍ୟନ୍ତ ଅନୁଧ୍ୟାନ କରିବାପରେ ଆଜିଠାରୁ ରୋଡ଼ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି |
ଏହି କାର୍ଯ୍ୟ ପାଇଁ ଟ୍ରଷ୍ଟ ତରଫରୁ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ଜିଲ୍ଲାପାଳ ବଲୱନ୍ତ ସିଂହ ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଏବଂ ଆଶା କରିଛନ୍ତି ଆଗାମୀ ଦିନରେ ଗୋମାତାଙ୍କର ଭରପୁର ସେବାକାର୍ଯ୍ୟ ଜୋରଦାର ରେ ଚାଲିବାପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଏହିଭଳି ସହଯୋଗ ଜାରି ରହୁ | ପୁରୀରେ ପହଞ୍ଚୁଥିବା ପର୍ଯ୍ୟଟକ ମାନେ ଗୋମାତା ଙ୍କ ଦର୍ଶନ ପାଇଁ ଏବେ ସହଜରେ ଏହି ରୋଡ଼ ମାଧ୍ୟମରେ ଗୋଶାଳାରେ ପହଞ୍ଚି ଗୋମାତା ଦର୍ଶନ ଏବଂ ଗୋସେବା ସୁବିଧା ପ୍ରାପ୍ତି କରିପାରିବେ ଏହି ସୂଚନା ଟ୍ରଷ୍ଟର ପ୍ରବକ୍ତା ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପ୍ରଦାନ କରିଛନ୍ତି |