କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ବିଶ୍ଵପୃଷ୍ଠରୁ କରୋନା ମହାମାରୀ କୁ ଅତିଶୀଘ୍ର ଅପସାରିତ କରି ସରଜଗତରେ ଶାନ୍ତିର ବାତାବରଣ ସୃଷ୍ଟି କରିବା ଲକ୍ଷରେ ଦେବଦୀପାବଳି ଉତ୍ସବ ପୁରୀ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି |ଓଡିଶା ଇଣ୍ଟରନାସନାଲ ସେଣ୍ଟର ପକ୍ଷରୁ ଆୟୋଜିତ ଦୀପଦାନ ଉତ୍ସବ ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଦେଢ଼ଲକ୍ଷ ଦୀପଦାନ କରାଯାଇଛି |ଏହିଭଳି ଏକ ଅନନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ହଜାର ହଜାର ଜଗନ୍ନାଥ ପ୍ରେମୀ ଆସି ସିଂହଦ୍ୱାର ସମ୍ମନାରେ ଦୀପ ଧରି ଠିଆ ହୋଇଥିଲେ |ମହିଳା ମା ମାନଙ୍କର ଏକ ସୁନ୍ଦର ଧାଡିରେ ଦୀପ ଥାଳି ଧରି ପ୍ରଜ୍ବଳିତ କରି ଠିକ ପତିତପାବନ ଙ୍କ ସମ୍ମନାରେ ଥାଳି ମାନ ରଖିଥିଲେ |ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ସିଂହଦ୍ୱାର ପ୍ରକମ୍ପିତ ହୋଇଥିଲା |ଅନେକ ସ୍ବେଛାସେବୀ ଅତି ଆନନ୍ଦର ସହିତ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଥିଲେ |
ମାନ୍ୟବର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କରର୍ଷଣ ପରିଡା, OIC ସଭାପତି ପରେଶ ନାୟକ, ସାମାଜିକ କର୍ମୀ ଲଲାଟେନ୍ଦୁ ମିଶ୍ର, କୁମୁଦିନୀ ପଣ୍ଡା, ଅଶୋକ, ଇନ୍ଦିରା ମିଶ୍ର, ଉପସଭାପତି ଜୟପ୍ରକାଶ ମିଶ୍ର, ରାକେଶ ପ୍ରଧାନ, ଦିଲ୍ଲୀପ ପ୍ରଧାନ, କମଲ ଭାଇ ପ୍ରମୁଖ ଜଗନ୍ନାଥ ଭକ୍ତ ଉପସ୍ଥିତ ରହି ମହାମାରୀ କରୋନାକୁ ଅତିଶୀଘ୍ର ଧାରା ପୃଷ୍ଠରୁ ଅପସରାଇ ନେବାକୁ ଠାକୁରଙ୍କ ପାଖରେ ଗୁହାରି କରିଥିଲେ |
ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା |