କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ସହରରେ ଆଇନ୍ ଶୃଙ୍ଖଳା, ଟ୍ରାଫିକ ସମସ୍ୟା ଓ ଅଭ୍ୟାସଗତ ଅପରାଧି ମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ୩୬ ଟି ସିସି କ୍ୟାମେରା ଲଗାଯାଇଥିବା ଜଣାପଡିଛି । ଅତ୍ୟନ୍ତ ସମ୍ବେଦନଶୀଳ ଓ ଅପରାଧ ପ୍ରବଣ କେନ୍ଦ୍ରାପଡା ସହରକୁ ଜିରୋ କ୍ରାଇମ୍ କରାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଆଗକୁ ଗଜଲକ୍ଷ୍ମୀ ପୂଜାରେ ବହୁ ଜନସମାଗମ ସମ୍ଭାବନା ଥିବାରୁ ଅପରାଧିମାନେ ଭିଡର ସୁଯୋଗ ନେଇ ମହିଳାମାନଙ୍କୁ ଟାର୍ଗେଟ୍ କରି ଛିନ୍ତାଇ କରିଥାନ୍ତି । ଏହାସହ ଅସାମାଜିକ ଯୁବକମାନେ ଦ୍ରୁତ ଗତିରେ ବାଇକ୍ ଚଳାଇ ଓ ଉଚ୍ଚଶଦ୍ଦକରି ଆତଙ୍କ ପରିସ୍ଥିତି ସୃଷ୍ଟି କରିଥାନ୍ତି । ରାତିକାଳୀନ ଚୋରି, ପକେଟ୍ମାର ଓ ଲୁଟ୍ପାଟ, ଉତେଜନା ପ୍ରଭୃତିକୁ ନିୟନ୍ତ୍ରଣ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ସହରର ତିନିମୁହାଣୀ, ଗରାପୁର ଛକ, ରଣପଡା, ନୂଆବସଷ୍ଟାଣ୍ଡ, କାକଟଛକ, ବଡହାଟ, ପୁରୁଣାବସଷ୍ଟାଣ୍ଡ, ବଳଗଣ୍ଡି, ସାନ୍ତସାହି, ସାନମଙ୍ଗଳା ପ୍ରଭୃତି ୩୬ଟି ଯାଗାରେ ସିସି କ୍ୟାମେରା ଲଗାଯାଇଥିବା ଟାଉନ୍ଥାନା ଅଧିକାରୀ ଜ୍ୟୋତିରଂଜନ ସାମନ୍ତରାୟ ସୂଚନା ଦେଇଛନ୍ତି ।
Related Stories
November 25, 2024