
ନୂଆଦିଲ୍ଲୀ, ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ପାଇଁ ହେବାକୁ ଥିବା ନିର୍ବାଚନରେ ଆପ୍ ଦଳ ପ୍ରତିଦ୍ବନ୍ଦୀ ଭାବେ ଉଭା ହେବ।
ସେ କହିଛନ୍ତି ଯେ ଲୋକଙ୍କ ଆନ୍ଦୋଳନ ମାଧ୍ୟମରେ ସେ ୮ ବର୍ଷ ପୂର୍ବେ ଦଳ ଗଠନ କରିଥିଲେ ଏବଂ ଦିଲ୍ଲୀରେ ସରକାର ଗଠନ କରିବାରେ ଆପ୍ ସଫଳ ହୋଇଥିଲା। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ଏହା ବ୍ୟତୀତ ତାଙ୍କ ଦଳ ମଧ୍ୟ ପଞ୍ଜାବରେ ମୁଖ୍ୟ ବିରୋଧୀ ଦଳର ଭୂମିକା ଗ୍ରହଣ କରିଛି।