

କରୋନାରେ ଦେଶରେ ଗତ ୨୪ ଘଂଟାରେ ୨୬,୩୮୨ ନୂଆ ମାମଲା, ୩୮୭ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ– ଦେଶରେ ଗତ ୨୪ଘଂଟା ମଧ୍ୟରେ ୨୬,୩୮୨ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ୩୮୭ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯,୩୨,୫୪୮ ରେ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩,୩୨,୦୦୨ ଥିବା ବେଳେ ବର୍ତମାନ ସୁଦ୍ଧା ୧,୪୪,୦୯୬ଜଣ ମୃତ୍ୟୁ ବରଣ କରିଛନ୍ତିା