କେନ୍ଦ୍ରାପଡ଼ା – ଗତ ଫନି ବାତ୍ୟାର ଘରଭଙ୍ଗା ସହାୟତା ବହୁ କ୍ଷତିଗ୍ରସ୍ତ ପାଇପାରିନାହାଁନ୍ତି । ଏ ନେଇ ପ୍ରତିଦିନ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଉଥିବା ଜଣାପଡିଛି । କେନ୍ଦ୍ରାପଡା ବ୍ଲକ ଅଧିନ ବଗଡା ପଂଚାୟତର ତୁଣୁପୁରର ହରିହର ମଲ୍ଲଙ୍କ ସ୍ତ୍ରୀ ଅହଲ୍ୟା ମଲ୍ଲ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ମୁତାବକ ତାଙ୍କ ଘର ନିକଟରେ ଥିବା ଏକ ବଡଗଛ ଫନି ବାତ୍ୟାରେ ଘର ଉପରେ ପଡିବାରୁ ଘରର ଚାଳ ସହ କାନ୍ଥ ଭାଙ୍ଗି ଯାଇଥିଲା । ସଂପୃକ୍ତ ଅଂଚଳର ରାଜସ୍ୱ ନିରୀକ୍ଷକ ତଦନ୍ତ କରିଥିଲେ ମଧ୍ୟ ତାଙ୍କ ନାଁ କ୍ଷତିପୂରଣ ପାଉଥିବା ତାଲିକାରେ ନଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରି କ୍ଷତିପୂରଣ ଦେବାପାଇଁ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି ।
Related Stories
November 25, 2024