ସେ ଏହି ପତ୍ରରେ ଦର୍ଶାଇଛନ୍ତି ଯେ ଓଡିଶାରେ ଫନି ପ୍ରଭାବିତ ୧୪ଟି ଜିଲ୍ଲାର ୭.୮୭ ଲକ୍ଷ ଘର ପାଇଁ ଚିହ୍ନଟ, ଜିଓ ଟ୍ୟାଗିଂ ଓ ଆଧାର ନମ୍ବର ସହ ଯୋଡା ଯାଇଛି । ଏମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ସ୍ଥାୟୀ ପ୍ରତୀକ୍ଷା ସୂଚୀରେ ରଖିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ସ୍ପେଶାଲ ଘର ପାଇଁ ଅନୁଦାନ ମଂଜୁର କରିବାକୁ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ଫନି ପ୍ରଭାବିତ ଅଂଚଳର ପରିବାର ମାନଙ୍କୁ ଲାଭ ମିଳିବ ବୋଲି ସେ କହିଛନ୍ତି ।
ସେହିପରି ଫନିରେ ପ୍ରଭାବିତ ହୋଇ ନ ଥିବା ବଳକା ୧୬ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ସ୍ଥାୟୀ ପ୍ରତୀକ୍ଷା ସୂଚୀ ସୂଚୀରୁ ବାଦ ପଡିଥିବା ୧୬.୦୭ ଲକ୍ଷ ପରିବାରଙ୍କୁ ମଧ୍ୟ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି । ସମସ୍ତଙ୍କ ପାଇଁ ସୁରକ୍ଷିତ ଘରର ଲକ୍ଷ୍ୟ ହାସଲ କରିବାକୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟକୁ ଆବାସ ପ୍ଲସ ମୋବାଇଲ ଆପର ବିଣ୍ଡୋ ଖୋଲିବାକୁ ପରାମର୍ଶ ଦେବାକୁ ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ଓ ଏହା ଦ୍ୱାରା ଏମାନଙ୍କର ଜିଓ ଟାଗିଂ ହୋଇ ପାରିବ ବୋଲି ସେ ପତ୍ରରେ ଦର୍ଶାଇଛନ୍ତି ।