ପୁରୀ ,ମଙ୍ଗଳବାର ମାର୍ଗଶିର ଶୁକ୍ଳ ପ୍ରତିପଦା ଧନୁ ସଂକ୍ରାତି ଅବସରରେ ଶ୍ରୀମନ୍ଦିରରେ ପରମ୍ପରା ପ୍ରକାରେ ପହିଲି ଭୋଗ ନୀତି ସ୍ୱତନ୍ତ୍ର ଭାବେ ଆରମ୍ଭ ହୋଇଅଛ । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚଳିତ ତା ୧୫.୧୨.୨୦ ଠାରୁ ତା ୧୩.୧.୨୧ପର୍ଯ୍ୟନ୍ତ ଏକମାସ ଶ୍ରୀମନ୍ଦିରରେ ପହିଲି ଭୋଗ ଅନୁଷ୍ଟିତ ହେବ । ଆଜି ରାତ୍ର ଦୁଇଘଡି ଥାଇ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି,ମଙ୍ଗଳ ଆଳତି ଓ ଅବକାଶ ନୀତି ହୋଇ ଏହାପରେ ବେଶ ହୋଇ ଅଳଙ୍କାର ଲାଗିପରେ ପାଳିଆ ପଢ଼ିଆରୀ ଭିତର ବାହାର ଶୋଧ କଲାପରେ ଅଣସର ପିଣ୍ଡିରେ ଶୁଦ୍ଧ ସୁଆର ବଲ୍ଲବ ପରଖ ମାନଙ୍କରେ ବାଢିଲାପରେ ବାହାରକୁ ଆସିଥିଲେ,ପରେ ସୁଆର ବଡୁ ଅମୁଣିଆ ପାଣି ପକାଇଲା ପରେ ପାଳିଆ ପଢ଼ିଆରୀ ରୋଷକୁ ପହିଲି ଭୋଗ ଛେକ ଛାମୁକୁ ଆସିବା ନିମନ୍ତେ ଡାକିଯାଇଥିଲେ | ଅଭୋଗରେ ବିରି ଓ ଗହମ ରେ ଘୃତ ପାକ ହୋଇଥିବା ପିଠାମାନ ଛାମୁକୁ ଆସି ଅଂଚପଚାରରେ ପୂଜା ହୋଇଥିଲା ।ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମଙ୍ଗଳ ଆଳତି ବଢିବାପରେ ପହିଲି ଭୋଗ ସକାସେ ରୋଷ ରେ ହୋମ ହୋଇଥାଏ । ଧନୁ ମାସରେ ଧନୁ ମୁଆଁ, ମକର ସଂକ୍ରାନ୍ତି ରେ ମକର ଚାଉଳ ହୁଏ।
ନୀତି ନିର୍ଘଣ୍ଟ :—–
ଦ୍ୱାର ଫିଟା …ରାତ୍ର ଘ.୩.୪୦
ଭିତର ଶୋଧ…..ପ୍ରାତଃ ଘ.୪.୨୫
ମଙ୍ଗଳ ଆଳତି…ପ୍ରାତଃ ଘ.୪.୩୦ ମଇଲମ ……ପ୍ରତଃ ଘ.୪.୩୫
ରୋଷ ହୋମ….ପ୍ରାତଃ ଘ.୪.୫୫
ତଡପ ଲାଗି ….ପ୍ରାତଃ ଘ.୪.୫୫
ଅବକାଶ ପୂଜା ଠା .. ପ୍ରାତଃ ଘ.୫.୦୦
ଅବକାଶ ପୂଜା ….. ପ୍ରାତଃ ଘ.୫.୦୫
ଅବକାଶ ପୂଜା ଶେଷ ପ୍ରାତଃ ଘ.୫.୨୦
ମଇଲମ …….ପ୍ରାତଃ ଘ.୫.୨୫
ବେଶ ଶେଷ …ପ୍ରାଥ ଘ.୬.୨୫
ସୂର୍ଯ୍ୟ ପୂଜା…..ସକାଳ ଘ.୬.୩୦
ଦ୍ୱାରପାଳପୂଜା… ସକାଳ ଘ.୬.୪୫
ଗୋପାଳ ବଲ୍ଲବ ଓ ପହିଲି ଭୋଗ ଡାକିଗଲେ ..୭.୦୦ ପହିଲି ଭୋଗ ଛେକ …ସକାଳ ଘ.୭.୧୦
ବୟ ଆସିବା ….ସକାଳ ଘ.୭.୧୫
ପହିଲି ଭୋଗ ପୂଜା ..ଘ.୭.୨୦
ପହିଲି ଭୋଗ ଶେଷ …ଘ.୭.୩୦
ପହିଲି ଭୋଗ ପ୍ରସାଦ ବାହାରି ପାଣି ପଡିବା…ଘ.୭.୪୦