ପୁରୀ ,କେନ୍ଦ୍ର ର ମୋଦୀ ସରକାର କୃଷି ଧ୍ବଂସ କାରୀ ଓ କୃଷକ ବିନାଶ କାରୀ ତିନି ଗୋଟି କଳା କୃଷି ଆଇନ ପାରିତ କରି ଚାଷୀ ଆଉ ଚାଷ କୁ ବ୍ୟବସାୟୀ ଓ କମ୍ପାନୀ ମାନଙ୍କ ହାତରେ ଟେକି ଦେଲେ | କୃଷକ ଓ ନାମମାତ୍ର ଚାଷୀ, ଠିକା ଚାଷୀ ଏହି ଆଇନ ଦ୍ୱାରା କ୍ରୀତଦାସ ହେବାକୁ ବାଧ୍ୟ |ସରକାରୀ ମଣ୍ଡି ବଦଳରେ ଘରୋଇ ମଣ୍ଡି ଆସିବ ଏବଂ ତାଙ୍କ ଉପରେ କୌଣସି କଟକଣା ନ ରହିଲେ ଫସଲ ର ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମରେ କିଣିବେ ଓ ଚାଷୀ ବାଧ୍ୟ ହୋଇ ବିକି କ୍ଷତିଗ୍ରସ୍ତ ହେବେ ଏବଂ କମ୍ପାନୀ ହାତକୁ ଚାଷ ଜମି ଚାଲି ଯିବ | ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନି ସଂଶୋଧନ କରିବା ଦ୍ୱାରା ସବୁ ଜିନିଷ ଦର ବଢିବ | ସରକାରୀ ନିୟନ୍ତ୍ରଣ ଉଠିଗଲା ଏବେ ଖାଉଟି ମରିବେ | ସେଥିପାଇଁ ଦିଲ୍ଲୀ ରେ ଚାଷୀ ମାନେ ଗତ ୧୯ ଦିନ ଧରି ରାସ୍ତା ଉପରେ ଶୀତ କାକର ରେ ପଡିଛନ୍ତି ହେଲେ ସରକାର ନିଦାବିଷ୍ଣୁ | କର୍ପୋରେଟ କମ୍ପାନୀ ଦଲାଲୀ କରିବା ପାଇଁ ସମସ୍ତ କଳବଳ କୌଶଳ ଲଗାଇଛନ୍ତି |ଭାରତ ବନ୍ଦ ହେଲା, ଟୋଲ ଗେଟ ବନ୍ଦ ହେଲା, ଆଜି ଜିଲ୍ଲାପାଳ ଅଫିସ ରେ ଧାରଣା ଅନଶନ ହୋଇଥଲା |ଏହି ଧାରଣାରେ ଭୀମସେନ ସ୍ୱାଇଁ, ଅଶୋକ ପ୍ରଧାନ, କୃଷ୍ଣ ରାଉତ, କିସାନ ପଟ୍ଟନାୟକ, ସମ୍ପାଦକ ଶରତ କୁମାର ରାୟଗୁରୁ, ଜଗନାଥ ଦେଓ, ସିପିଆଇ ସମ୍ପାଦକ ପ୍ରଦୀପ୍ତ ମହାନ୍ତି, ମନୋରଞ୍ଜନ ପରିଡା, ଦେବେନ୍ଦ୍ର ସାହୁ, ଜମ୍ବେଶ୍ୱର ସାମନ୍ତରାୟ, ଗୋବିନ୍ଦ ମହାପାତ୍ର ବଟକୃଷ୍ଣ ସ୍ୱାଇଁ, ଶ୍ରୀକାନ୍ତ ମହାନ୍ତି, ବାସୁ ଦେବ ଦାସ, ମୋହନ ନାଇଡ଼ୁ, ତପନ ଉପାଧ୍ୟାୟ କଂଗ୍ରେସ ର ଅଜିତ ମଙ୍ଗରାଜ, ଭାଗିରଥି ବେହେରା, ବିଦ୍ୟାଧର ଦଳାଇ, ରାମ ମହାରଣା, ସତ୍ୟମନ୍ୟୁ ପ୍ରଧାନ,ପ୍ରତାପ ଚିନାରା, ମନୋରଞ୍ଜନ ମହାରଣା, ଟୁନା ନାୟକ, ଜ୍ୟୋତି ପ୍ରକାଶ ନାୟକ, ରଂଜିତ ନାୟକ, ପୂର୍ଣ୍ଣ ମୁଦୁଲି, ରବି ପ୍ରଧାନ ,କୃଷ୍ଣ ପ୍ରଧାନ ପ୍ରମୁଖ ସାମିଲ ଥିଲେ |
Related Stories
November 24, 2024