କେନ୍ଦ୍ରାପଡ଼ା – ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ ପୁନର୍ବାସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ମସ୍ତିଷ୍କ ପକ୍ଷାଘାତ ଆକ୍ରାନ୍ତଙ୍କ ପ୍ରତି ସଚେତନତା ଓ ସମ୍ବେଦନଶୀଳତା ସହ ଉପଯୁକ୍ତ ଚିକିତ୍ସା ଯୋଗାଇଦେଇ ଆକ୍ରାନ୍ତକୁ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଏହି ଦିବସ ର ତାତ୍ପର୍ଯ୍ୟ ସହ ସହ ଶିଶୁ ଜନ୍ମରୁ ଏହି ସ୍ନାୟୋବିକ ରୋଗରେ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ପାଲଟି ଯାଉଛନ୍ତି । ଉପଯୁକ୍ତ ଚିକିତ୍ସା ପ୍ରଣାଳୀରେ ସେମାନଙ୍କୁ ଉପଶମ ଦେବା ପାଇଁ ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ମାଧପୁରସ୍ଥିତ କେନ୍ଦ୍ରରେ ଏହି ଦିବସ ପାଳନ କରାଯାଇଛି । ଏ ଅବସରରେ ବରିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡା. କିଶୋର ଚନ୍ଦ୍ର ମିଶ୍ର ଥେରାପି ସେବା ନେଉଥିବା ୨୬ ଜଣ ମସ୍ତିଷ୍କ ପକ୍ଷାଘାତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ପ୍ରଗତି ମୂଲ୍ୟାୟନ କରିଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ସଂପର୍କରେ ସୂଚନା ଦେଇଥିଲେ । ଫିଜିଓଥେରାପିଷ୍ଟ ତୃପ୍ତି ବେହେରା, ଅନିତା ବାରିକ, ଚନ୍ଦନ କୁମାର ଜେନାଙ୍କ ସମେତ ଜ୍ୟୋତିରଞ୍ଜନ ନାୟକ, ଶେଷଦେବ ପ୍ରସାଦ ଦାସ, ସଂଯୋଜିକା ସୁଶ୍ରୀ ସ୍ୱାଗତିକା ପ୍ରଧାନ, ରଂଜନ ସ୍ୱାଇଁ, ମିହିର ରଂଜନ ବାରିକ, ମନୋଜ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।
Related Stories
November 25, 2024