-
ୟାଟସ୍ ୨୦୨୦ରେ ଦିବସବ୍ୟାପୀ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଓ ଜ୍ୟୋତିର୍ବିଜ୍ଞାନୀ ବିଶେଷଜ୍ଞଙ୍କୁ ଶୁଣିଲେ
ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ସହ ସହଯୋଗିତାରେ ଟାଟା ଷ୍ଟିଲ ପକ୍ଷରୁ ୨୦୦୭ ପରଠାରୁ ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ “ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ଆୟୋଜନ କରାଯାଇଆସୁଛି । ଏହି ଅଭିଯାନର ଲକ୍ଷ୍ୟ ହେଉଛି ରାଜ୍ୟର କିମ୍ବଦନ୍ତୀ ଜ୍ୟୋତିର୍ବିଜ୍ଞାନୀ ପଠାଣୀ ସାମନ୍ତଙ୍କ ଶ୍ରେଷ୍ଠ ଅବଦାନକୁ ଲୋକପ୍ରିୟ କରିବା ଏବଂ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ କ୍ଷେତ୍ର ପ୍ରତି ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ଏବଂ ଉତ୍ସାହିତ କରିବା ଓ ସେମାନଙ୍କୁ ପରୀକ୍ଷାନିରୀକ୍ଷା ଏବଂ ଜ୍ଞାନ ପରିପ୍ରକାଶ କରିବା ଲାଗି ଏକ ମଂଚ ପ୍ରଦାନ କରିବା ।
ଉଦଯାପନୀ ସମାରୋହରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ମନ୍ତ୍ରୀ, ବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତୀକରଣ, ଓଡ଼ିଶା ସରକାର, ଶ୍ରୀଯୁକ୍ତ ସନ୍ତୋଷ କୁମାର ଷଡ଼ଙ୍ଗୀ, ପ୍ରମୁଖ ସଚିବ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ଓଡ଼ିଶା ସରକାର, ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାସ, ନିର୍ଦେଶକ, ପଠାଣୀ ସାମନ୍ତ ପ୍ଲାନେଟୋରିୟମ, ଶ୍ରୀଯୁକ୍ତ ଟି ଭି ନରେନ୍ଦ୍ରନ, ସିଇଓ ଓ ପରିଚାଳନା ନିର୍ଦେଶକ, ଟାଟା ଷ୍ଟିଲ୍ ଓ ଶ୍ରୀଯୁକ୍ତ ଚାଣକ୍ୟ ଚୌଧୁରୀ, ଉପ ସଭାପତି, କର୍ପୋରେଟ ସେବା, ଟାଟା ଷ୍ଟିଲ୍ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ।
ନିଜ ବାର୍ତାରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ବରପୁତ୍ର ପଠାଣୀ ସାମନ୍ତଙ୍କ ଯାହାଙ୍କର ଜ୍ୟୋତିର୍ବିଜ୍ଞାନ କ୍ଷେତ୍ର ପ୍ରତି ପ୍ରବଳ ଆବେଗ ଥିଲା ସେହି କ୍ଷେତ୍ର ପ୍ରତି ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ତାଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ସାବ୍ୟସ୍ତ ହୋଇଛି । ମହାକାଶ ବିଜ୍ଞାନରେ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ, ସମୃଦ୍ଧ ଓ ସେମାନଙ୍କ ପ୍ରତିଭା ବିକଶିତ କରିବା ସହିତ ଓଡ଼ିଶା ରାଜ୍ୟରେ ପ୍ରତିଭାବାନମାନଙ୍କ ଏକ ଗୋଷ୍ଠୀ ସୃଷ୍ଟି କରିବ, ଯେଉଁମାନେ ନିରନ୍ତର ବିକାଶ ପ୍ରତି ସହଯୋଗ ପ୍ରଦାନ କରିପାରିବେ ସେହିଦିଗରେ ୟାଟସ୍ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ମୁଁ ଆଶା କରୁଛି ।’’
ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ମନ୍ତ୍ରୀ, ବିଜ୍ଞାନ ଓ ପ୍ରଯୁକ୍ତି, ସରାକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତୀକରଣ, ଓଡ଼ିଶା ସରକାର କହିଛନ୍ତି ଯେ, “ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାର ରାଜ୍ୟ ସରକାର ସର୍ବଦା ବିଶେଷ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନକୁ ଆଗ୍ରହ ସୃଷ୍ଟିର ପ୍ରସାର କରିବାକୁ ଉଦ୍ୟମ କରୁଛି ଯାହା ଧର୍ମନିରପେକ୍ଷ, ମାନବବାଦ ଏବଂ ଅନୁସନ୍ଧାନର ଭାବ ବିକଶିତ କରିବାରେ ସହାୟକ ହୋଇଛି । ୟାଟସ୍ରେ ଛାତ୍ରଛାତ୍ରୀମାନଙ୍କୁ ୟୁଏସ୍ଏ ସ୍ଥିତ ନାସା, ପରିଭ୍ରମଣ କରିବା ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ଉପରେ ବିଚାର କରାଯାଇଛି । ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ୧୪ତମ ସଂସ୍କରଣରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ।’’
ଶ୍ରୀଯୁକ୍ତ ସନ୍ତୋଷ କୁମାର ଷଡ଼ଙ୍ଗୀ, ପ୍ରମୁଖ ସଚିବ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ଓଡ଼ିଶା ସରକାର କହିଛନ୍ତି ଯେ, “ୟାଟସ୍ ଫାଇନାଲ୍ର ପ୍ରତିଯୋଗୀମାନଙ୍କ ଭାବନାକୁ ଯାହା କବଳିତ କରିପାରିଛି ତାହା ହେଉଛି ଇସ୍ରୋ, ପରିଭ୍ରମଣ କରିବା ଯେଉଁଠାରେ ସେମାନଙ୍କୁ ଇସ୍ରୋର ବିଭିନ୍ନ ଅଭିଯାନ ଏବଂ ମହାକାଣ ବିଜ୍ଞାନୀମାନଙ୍କ ସହ ପରିଚିତ କରାଯାଉଛି । ଯାହାକୁ ସେମାନେ ଟିଭିରେ ଦେଖୁଥିଲେ କିମ୍ବା ସମ୍ବାଦପତ୍ରରେ ପଢ଼ୁଥିଲେ ତାହାକୁ ଦେଖିବାର ସୁଯୋଗ ପାଉଛନ୍ତି । ମୁଁ ଆଶା କରୁଛି ଯେ ଭବିଷ୍ୟତରେ ଏହି ଅଭିଯାନ ଆହୁରି ବଢ଼ିବ ଏବଂ ଟାଟା ଷ୍ଟିଲ୍ ଓ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ର ସହଯୋଗିତାକୁ ଆହୁରି ସୁଦୃଢ଼ କରିବ ।’’
ଶ୍ରୀଯୁକ୍ତ ଟି ଭି ନରେନ୍ଦ୍ରନ, ସିଇଓ ଓ ଏମ୍ଡି, ଟାଟା ଷ୍ଟିଲ୍ କହିଛନ୍ତି ଯେ, “ଓଡ଼ିଶା ରାଜ୍ୟ ସହିତ ଟାଟା ଷ୍ଟିଲ୍ର ଏକ ଦୀର୍ଘଦିନର ସମ୍ପର୍କ ରହିଛି । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବା ବ୍ୟତୀତ ଏହା ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ଗୋଷ୍ଠୀ ଭିତିକ ଅଭିଯାନରେ ଯୋଡ଼ି ହୋଇଛି । ୨୦୦୭ରୁ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ସହ ସହଯୋଗିତାରେ ଆୟୋଜନ କରାଯାଉଥିବା ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ କାର୍ଯ୍ୟକ୍ରମ (ୟାଟସ୍) ହେଉଛି ଅନ୍ୟତମ କାର୍ଯ୍ୟକ୍ରମ ଓ ରାଜ୍ୟର ଅଭିଳାଷୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ହେଉଛି ସବୁଠୁ ସଂସ୍ଥାଗତ ଅଭିଯାନ ।
ଏହି ଅଭିଯାନକୁ ସଫଳ କରିବାରେ ସହଯୋଗ ପ୍ରଦାନ ଜାରି ରଖିଥିବାରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ମନ୍ତ୍ରୀ, ବିଜ୍ଞାନ ଓ ପ୍ରଯୁକ୍ତି ଓ ଶ୍ରୀଯୁକ୍ତ ସନ୍ତୋଷ କୁମାର ଷଡ଼ଙ୍ଗୀ, ପ୍ରମୁଖ ସଚିବ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରୁଛି । ଅଂଶଗ୍ରହଣ କରିଥିବାରୁ ମୁଁ ସମସ୍ତ ଅଂଶଗ୍ରହଣକାରୀ ଓ ସେମାନଙ୍କ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଉଛି ଏବଂ ଆଶା କରୁଛି ଯେ ଭବିଷ୍ୟତରେ ମଧ୍ୟ ୟାଟସ୍ ଯୁବ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ଅନୁପ୍ରାଣିତ କରିବା ଜାରି ରଖିବ ।’’
ଶ୍ରୀଯୁକ୍ତ ଚାଣକ୍ୟ ଚୌଧୁରୀ, ଉପ ସଭାପତି, କର୍ପୋରେଟ ସେବା, ଟାଟା ଷ୍ଟିଲ୍ କହିଛନ୍ତି ଯେ, “ଆଗାମୀ ବର୍ଷଗୁଡ଼ିକରେ ଓଡ଼ିଶାର ଛାତ୍ରଛାତ୍ରୀ ମହଲରେ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନର ପ୍ରସାର କରିବା ଲାଗି ଆମେ ୟାଟସ୍ କାର୍ଯ୍ୟକ୍ରମକୁ ଅଧିକ ସଂପୃକ୍ତି ଭିତିକ ଭାବେ ଗଠନ କରିବାକୁ ଆଶା ରଖିଛୁ । ୟାଟସ୍ କାର୍ଯ୍ୟକ୍ରମ ପାଇଁ ସମସ୍ତ ସହାୟତା ପ୍ରଦାନ କରିଥିବାରୁ ମୁଁ ଓଡ଼ିଶା ସରକାର ଏବଂ ପଠାଣୀ ସାମନ୍ତ ଇନଷ୍ଟିଚ୍ୟୁଟ୍କୁ ଧନ୍ୟବାଦ ଦେଉଛି ଯେଉଁଥିପାଇଁ ଏହି କାର୍ଯ୍ୟକ୍ରମ ବର୍ଷ ପରେ ବର୍ଷ ଅଧିକ ଦୃଢ଼ ହେବାରେ ଲାଗିଛି । ଏହି କାର୍ଯ୍ୟକ୍ରମକୁ ଜାତୀୟ, ଏଭଳିକି ଆନ୍ତର୍ଜାତିକ ସ୍ତର ପର୍ଯ୍ୟନ୍ତ ନେବାକୁ ଆମେ ପ୍ରତିବଦ୍ଧ ଅଛୁ ।’’
ପ୍ରତିଯୋଗିତାର ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରି ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାସ, ନିର୍ଦେଶକ, ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ କହିଛନ୍ତି ଯେ, “ଓଡ଼ିଶା ଏହାର ଇତିହାସରେ ଅନେକ ଶ୍ରେଷ୍ଠ ଜ୍ୟୋତିର୍ବିଜ୍ଞାନୀ ସୃଷ୍ଟି କରିଛି ଏବଂ ସେମାନଙ୍କ ମଧ୍ୟରୁ ପଠାଣୀ ସାମନ୍ତ ଭାବେ ପରିଚିତ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହସାମନ୍ତ ହରିଚନ୍ଦନ ମହାପାତ୍ର ସବୁଠୁ ପ୍ରତିଭାବାନ ଏବଂ ବିଚକ୍ଷଣ ଥିଲେ । ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ