ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଆଜି ଭଞ୍ଜନଗର ଗସ୍ତ କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ବାର୍ଷିକ ନିରୀକ୍ଷଣ କରିଛନ୍ତି | କାର୍ଯ୍ୟାଳୟ ର ଏଷ୍ଟାବ୍ଲିସମେଣ୍ଟ,,ଜରୁରୀ କାଳୀନ , ସାଧାରଣ ଓ ବିବିଧ , ରାଜସ୍ବ, ନିର୍ବାଚନ, ପଂଚାୟତ, ଯୋଗାଣ ବିଭାଗ, ଏସ. ଏସ. ବିଭାଗ, ସ୍ମଲ ସେଭିଙ୍ଗ, ନ୍ୟାୟାଳୟ , ଏସ. ଟି , ଏସ ସି ଉପବିଭାଗ, ସମେତ ନିଜାରତ, ରେକର୍ଡ ରୁମ ତଦାରକ୍ଷ କରିଛନ୍ତି | ପ୍ରତ୍ୟେକ ଉପବିଭାଗର ସମସ୍ତ ଫାଇଲ ରେଜିଷ୍ଟର ପୁଙ୍ଖାନୁପୁଙ୍ଖ ଭାବେ ତଦାରଖ କରିଛନ୍ତି | କାର୍ଯ୍ୟ କୁ ପ୍ରଶଂସା କରିବା ସହ ବଳକା ଥିବା ଥିବା କାମକୁ ତ୍ୱରାନ୍ୱିତ କରି ଅପଡେଟ ରଖିବାକୁ ନିର୍ଦ୍ଧେଶ ଦେଇଛନ୍ତି | ଏହାଛଡା ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗେଇଦେବା ନିମନ୍ତେ ପରାମର୍ଶ ଦେଇଛନ୍ତି | ଜିଲ୍ଲାପାଳ ପରେ କାର୍ଯ୍ୟାଳୟ ର ସମସ୍ତ ଉପବିଭାଗ ବୁଲି ଦେଖିଥିଲେ | କାର୍ଯ୍ୟାଳୟ ରେ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ସମେତ ଅତିରିକ୍ତ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଉପଖଣ୍ଡ ପଂଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଏସ. ଏସ. ଏସ. ଓ କୃଷ୍ଣ ଚନ୍ଦ୍ର ବେହେରା, ଏଡିଡ଼ବ୍ଲୁ , ଏସଡିଆଇପିଆରଓ ଫକୀର ମୋହନ ମାଝୀ ଏବଂ ସମସ୍ତ ବରିଷ୍ଠ ଓ କନିଷ୍ଠ ରାଜସ୍ବ ସହାୟକ ମାନେ ଉପସ୍ଥିତ ଥିଲେ |
Related Stories
November 23, 2024