କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀ ମଦ୍ୟପାନ କରି ଡିଉଟିକୁ ଆସିଥିବାବେଳେ ଧରାପଡି ଭୁଲ୍ ମାଗିବା ସହ ଉଠ୍ବସ୍ ହୋଇଥିବା ଆଲୋଚନାର ବିଷୟ ପାଲଟିଛି । ଚିକିତ୍ସା ପାଇଁ ଆସିଥିବା ବ୍ୟକ୍ତିମାନେ ତୀବ୍ର ପ୍ରତିବାଦ କରିବାରୁ ଉତେଜନା ପ୍ରକାଶ ପାଇବା ସହ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କିଶୋର କୁମାର ଆଚାର୍ଯ୍ୟ ଘଟଣାସ୍ଥଳରେ ପହଁଚି ଲୋକମାନଙ୍କ ଅଭିଯୋଗ ଶୁଣି ସଂପୃକ୍ତ କର୍ମଚାରୀଙ୍କୁ ତାଗିଦା କରିଥିଲେ । ସୂଚନାମୁତାବକ ବୁଧବାର ମଧ୍ୟାହ୍ନରେ ଏକ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ଭାଇ ଭଉଣୀକୁ ଗ୍ରାମୀଣ ବିକାଶ ଯୁବକ ସଂଘ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତାମାନେ ମେଡିକାଲ୍କୁ ଚିକିତ୍ସା ପାଇଁ ଆଣିଥିଲେ । ଡ୍ରେସିଂ ରୁମ୍ରେ ଆଟେଣ୍ଡାଂଟ୍ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ମଦ୍ୟପାନ କରି ଡ୍ରେସିଂ କରିବାକୁ ଆସିଥିବାରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତାମାନେ ତାଙ୍କୁ ବିରୋଧ କରିଥିଲେ । ଏ ନେଇ ମେଡିକାଲ୍ ପରିସରରେ ଏକ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବରପାଇ ଏଡିଏମ୍ଓ ଡା. ଆଚାର୍ଯ୍ୟ ଘଟଣାସ୍ଥଳରେ ପହଁଚିବାରୁ ସଂପୃକ୍ତ ମଦ୍ୟପ କର୍ମଚାରୀ ଜଣକ ନିଜର ଭୁଲ୍ ସ୍ୱିକାର କରି ଆଉ ଏପରି କାର୍ଯ୍ୟ କରିବେ ନାହିଁ ବୋଲି କହି ଉଠ୍ ବସ୍ ହୋଇ କ୍ଷମା ମାଗିଥିବା ଜଣାପଡିଛି ।
Related Stories
November 25, 2024