ଦୈନିକ ଆରୋଗ୍ୟ ସଂଖ୍ୟା ନୂତନ ସଂକ୍ରମିତଙ୍କ ସଂଖ୍ୟାଠାରୁ ଅଧିକ ହେବା ଫଳରେ ସମୁଦାୟ ସକ୍ରିୟ ମାମଲା ହ୍ରାସ ପାଉଛି । ଗତ 24 ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲା 3,960 ହ୍ରାସ ପାଇଥିବା ରେକର୍ଡ କରାଯାଇଛି ।
ଗତ 24 ଘଣ୍ଟା ମଧ୍ୟରେ ଜାତୀୟ ସ୍ତରରେ 27,071 ନୂତନ ମାମଲା ଯୋଡି ହୋଇଥିବାବେଳେ ଏହି ସମୟ ମଧ୍ୟରେ 30,695 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଗତ 17 ଦିନରେ ଦୈନିକ ଆରୋଗ୍ୟ ସଂଖ୍ୟା ନୂତନ ମାମଲାକୁ ଅତିକ୍ରମ କରୁଛି ।
ସମୁଦାୟ ଆରୋଗ୍ୟ ମାମଲା ପାଖାପାଖି 94 ଲକ୍ଷ (93,88,159) ଯାହା ଏହି ହାରକୁ 94.98 ପ୍ରତିଶତରେ ପହଞ୍ଚାଇଛି । ସୁସ୍ଥତା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ବର୍ତ୍ତମାନ 90,35,573 ରହିଛି ।
ସମୁଦାୟ ଆରୋଗ୍ୟ ମାମଲା ପାଖାପାଖି 94 ଲକ୍ଷ (93,88,159) ଯାହା ଏହି ହାରକୁ 94.98 ପ୍ରତିଶତରେ ପହଞ୍ଚାଇଛି । ସୁସ୍ଥତା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ବର୍ତ୍ତମାନ 90,35,573 ରହିଛି ।
75.82 ପ୍ରତିଶତ ନୂତନ ମାମଲା 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାଯାଇଛି ।
ଗତ 24 ଘଣ୍ଟା ମଧ୍ୟରେ କେରଳରୁ ସର୍ବାଧିକ 4,698 ଦୈନିକ ନୂତନ ମାମଲା ଚିହ୍ନଟ ହୋଇଛନ୍ତି । ସେହିଭଳି ମହାରାଷ୍ଟ୍ର 3,717ଟି ନୂତନ ମାମଲା ରେକର୍ଡ କରିଥିବାବେଳେ ପଶ୍ଚିମବଙ୍ଗ ଗତକାଲି 2,580ଟି ନୂଆ ମାମଲା ଚିହ୍ନଟ କରିଥିବା ଦର୍ଶାଇଛି ।
ଗତ 24 ଘଣ୍ଟା ମଧ୍ୟରେ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 336 ରୋଗୀଙ୍କ ମୃତ୍ୟୁ ଘଟିଛି ଯାହାକି 79.46% ଅଟେ ।
20.83% ନୂତନ ମୃତ୍ୟୁହାର ମହାରାଷ୍ଟ୍ରରୁ ଆସିଛି ଯେଉଁଥିରେ 70 ଜଣଙ୍କର ମୃତ୍ୟୁ ଘଟିଛି । ଏହା ପଛକୁ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରୁ ଯଥାକ୍ରମେ 47 ଏବଂ 33 ଜଣଙ୍କ ମୃତ୍ୟୁ ହୋଇଛି ।