
ପୁରୀ ,ସ୍ୱଦେଶୀ ଜାଗରଣ ଦ୍ୱାରା ଭାରତର ଅର୍ଥନୀତି ସୁଦୃଢ ହୋଇପାରିବ |ବିଦେଶୀ ସାମଗ୍ରୀ ବର୍ଜନ ନିମନ୍ତେ ଅହ୍ବାନ କରିଛି ସ୍ୱଦେଶୀ ଜାଗରଣ ମଞ୍ଚ |ନିଜ ଅଞ୍ଚଳରେ ପ୍ରସ୍ତୁତ ଏବଂ ଉତ୍ପାଦିତ ସାମଗ୍ରୀ ବ୍ୟବହାର ଦ୍ବାରା ଆତ୍ମନିଯୁକ୍ତି ବୃଦ୍ଧି ପାଇବ ବୋଲି ଅନୁଷ୍ଠିତ ସଭାରେ ମତ ପ୍ରକାଶ ପାଇଛି । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଅବସର ପ୍ରାପ୍ତ
ପ୍ରଫେସର ଅଦୈତ ଚରଣ ଧଳ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ
ଜିଲ୍ଲା ସମ୍ପର୍କ ପ୍ରମୁଖ ଶ୍ରୀବତ୍ସ ଦାଶ,ଜିଲା ସହସଂଯୋଜକ ସଚ୍ଚିନନ୍ଦନ ଦାଶ, ପ୍ରଦୀପ୍ତ କୁମାର ଦାସ ଏବଂ ନଗର ସଂଯୋଜକ ଅଶୋକ କୁମାର ଦାଶ ଅତିଥୀ ଭାବେ ଯୋଗ ଦେଇଥିଲେ। ସେମାନେ କହିଥିଲେ ଆତ୍ମନିର୍ଭର ଶୀଳ ହେବାକୁ ପଡିବ । ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇଲେ ବେକାର ସମସ୍ୟା ହ୍ରାସ ପାଇବ । ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ଭୂୟା ବୈଠକରେ ସଭାପତିତ୍ୱ କରିଥିଲେ ।
ଉପେନ୍ଦ୍ର ବିଶୋଇ , ବିଶ୍ବନାଥ ପଣ୍ଡା, ଜଗନ୍ନାଥ ଷଡଙ୍ଗୀ, ଜଗନ୍ନାଥ ମିଶ୍ର, କବିତା ପ୍ରଧାନ, ଲକ୍ଷ୍ମୀପ୍ରିୟା ସାହୁ, ସବିତା ବିଶୋଇ, ଅଜୟ ଦାସ, ତରୁଣାଦିତ୍ୟ ମିଶ୍ର, ବିଜୟ ପଟ୍ଟନାୟକ, ପବିତ୍ର ସାହୁ ଓ ଭବାନୀ ମିଶ୍ର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।