ଭାବେ ଉଲ୍ଲେଖ ହୋଇଛି । ହଜାର ହଜାର ବର୍ଷ ପୂର୍ବରୁ ପ୍ରତିଷ୍ଠିତ ଏହି କ୍ଷେତ୍ରର ଐତିହ୍ୟ, ଇତିହାସ ଓ ବିଭିନ୍ନ ସମୟରେ ସୃଷ୍ଟ ପରମ୍ପରା ଇତ୍ୟାଦି ସମ୍ପର୍କରେ ଏକ ପ୍ରାମାଣିକ ଗ୍ରନ୍ଥ ସଂକଳିତ ହୋଇପାରିନଥିଲା । ପ୍ରଥମଥର ନିମନ୍ତେ ଏଭଳି ପ୍ରୟାସ କରାଯାଇଥିବାରୁ ଗ୍ରନ୍ଥ ସଂକଳକ ବିଶିଷ୍ଟ
ଗବେଷକ ଡକ୍ଟର ଭାସ୍କର ମିଶ୍ର ଧନ୍ୟବାଦର ପାତ୍ର ବୋଲି ‘ଶ୍ରୀକ୍ଷେତ୍ର ସାଂସ୍କୃତିକ ଐତିହ୍ୟ’ ଗ୍ରନ୍ଥର ଭବ୍ୟ ଉନ୍ମୋଚନ ସମାରୋହରେ ଉପସ୍ଥିତ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ । କଳା ମାଣିକା ଟ୍ରଷ୍ଟ ପକ୍ଷରୁ
ପ୍ରକାଶିତ ଏହି ମହତ୍ଵପୂର୍ଣ୍ଣ ଗ୍ରନ୍ଥଟିକୁ ସ୍ଥାନୀୟ ରାଧାବଲ୍ଲଭ ମଠର
ମଠାଧୀଶ ଶ୍ରୀରାମକୃଷ୍ଣ ଦାସଜୀ ମହାରାଜଙ୍କ ଦ୍ଵାରା ମଠ ପରିସରରେ ରବିବାର ଉନ୍ମୋଚିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଉଦଘାଟକ ରୂପେ ବିଶିଷ୍ଟ ପ୍ରବଚକ ପୂଜ୍ୟ ସନ୍ମ ଶ୍ରୀସତ୍ୟାନନ୍ଦ ଦାସଜୀ ମହାରାଜ, ସମ୍ମାନୀତ ଅତିଥି ରୂପେ ‘ସମାଜ ’ର ଚିଫ୍ ରିପୋର୍ଟର ଶ୍ରୀକୁମାର ଶୁକ୍ଳ , ବିଶିଷ୍ଟ ସାହିତ୍ୟିକ ଡାକ୍ତର ଇନ୍ଦ୍ରମଣି ଜେନା ଯୋଗ
ଦେଇଥିଲେ । ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ମହେଶ ବଇଠାଳୁଙ୍କ ଦ୍ବାରା ଶ୍ରୀଗୀତଗୋବିନ୍ଦ ଗାନ ଓ ପ୍ରବଚକ ଦେବେନ୍ଦ୍ର ନାଥ ଦାସଙ୍କ ଦ୍ଵାରା ଜଗନ୍ନାଥ ଧ୍ୟାନ ମନ୍ତ୍ର ଆବୃତି କରାଯାଇଥିଲା । ପ୍ରାୟ ୬୦୦ ପୃଷ୍ଠା ଏହି ଗ୍ରନ୍ଥରେ ୫୦ରୁ ଉର୍ଦ୍ଧ ପ୍ରାବନ୍ଧିକ ଓ ଗବେଷକଙ୍କ ନିବନ୍ଧ ସ୍ଥାନ ପାଇଛି ।
Related Stories
November 23, 2024