ଆଜି ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧା, ଢେଙ୍କାନାଳ, ଗଂଜାମ ଓ ଝାରସୁଗୁଡା ଜିଲ୍ଲାର ଜଣେ ଜଣେ ଅଛନ୍ତି ।
ଭୁବନେଶ୍ୱରର ଜିଲ୍ଲାର ଜଣେ ୬୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । ଢେଙ୍କାନାଳ ଜିଲ୍ଲାର ଜଣେ ୩୨ ବର୍ଷୀୟ କରୋନା ସଂକ୍ରମିତ ମହିଳା ମୃତ୍ୟୁବରଣ କରିଛନ୍ତି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । ଗଂଜାମ ଜିଲ୍ଲାର ଜଣେ ୬୦ ବର୍ଷୀୟ ପୁରୁଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଝାରସୁୁଗୁଡା ଜିଲ୍ଲାର ଜଣେ ୭୩ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ଘଟିଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ ।