ମାଲକାନଗିରି– ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ରେ ରବିବାର ବିଳମ୍ବିତ ରାତ୍ରରେ ରେ ପୁଲିସ ସୂଚନାଦାତା ବୋଲି ସନ୍ଦେହ କରି ମାଓବାଦୀ ମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ନିହତ ବ୍ୟକ୍ତିଜଣକ ହେଉଛନ୍ତି ବିଶାଖାପାଟଣା ଜିଲ୍ଲା ମୁଦୁଗୁଲା ମଣ୍ଡଳର ଭାକାପାଲି ଗ୍ରାମର ଯେମିଲି କୃଷ୍ଣ ରାଓ । ବିଳମ୍ବିତ ରାତ୍ରରେ ସଶସ୍ତ୍ର ମାଓବାଦୀ ମାନେ ଭାକାପାଲି ଗାଁକୁ ଘେରାଉ କରି କୃଷ୍ଣଙ୍କୁ ଖୋଜିଥିଲେ। ଏହାପରେ ସେମାନେ କୃଷ୍ଣଙ୍କୁ ଘରୁ ବାହାର କରି ନେଇ ହତ୍ୟା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Related Stories
November 23, 2024