ଏହାପରେ ୨ୟ ଭୋଗ ମଣ୍ଡପ ଘ.୨.୪୦ ରେ ଉଠିଲାପରେ ଦଖିଣି ଘର ଭୋଗ ଅନୁଷ୍ଟିତ ହୋଇ ,ମହାପ୍ରଭୁଙ୍କ ମଇଲମ ପରେ ଶ୍ରୀ ବିଗ୍ରହମାନଙ୍କ ର “ଶ୍ରାଦ୍ଧ ବେଶ” ଘ.୫.୪୫ ରେ ଆରମ୍ଭ ହୋଇଥିଲା ,ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉମାନଙ୍କୁ “କାଶୀ ଧଡ଼ିଆ” ବସ୍ତ୍ର ପରିଧାନ କରାଇଥିଲେ,ଏହି ବସ୍ତ୍ରର ରଙ୍ଗ ଶ୍ୱେତ ବର୍ଣ୍ଣ ଓ ଧଡିରେ ବଡ ବଡ କୁମ୍ଭ ପଡ଼ିଥିବାରୁ ମହାପ୍ରଭୁଙ୍କ ଏହି ବେଶ ରେ ଆକର୍ଷଣୀୟ ଲାଗୁଥିଲେ ସେଥିରେ ପୁଣି ବଡଠାକୁରଙ୍କର କଳା କୁମ୍ଭ ,ମହାପ୍ରଭୁଙ୍କ ର ହଳଦିଆ କୁମ୍ଭ ଏବଂ ଦେବୀ ସୁଭଦ୍ରା ଙ୍କର ନାଲି କୁମ୍ଭ ପଡିଥିଲା । ଠାକୁର ମାନଙ୍କୁ ବସ୍ତ୍ର ପରିଧାନ କରାଇଲାପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ନଳି ଭୁଜ, କୁଣ୍ଡଳ,ଚନ୍ଦ୍ର ସୂର୍ଯ୍ୟ,ଆଡକାନି,ତଗଡ଼ି, ହରିଡା ମାଳି ପ୍ରଭୁତି ସୁବର୍ଣ୍ଣ ଅଳଙ୍କାର ମାନ ପରିଧାନ କରାଇ “ଶ୍ରାଦ୍ଧ ବେଶ” ଶେଷ ସନ୍ଧ୍ୟା ଘ.୬.୩୫ ରେ ସମ୍ପର୍ଣ୍ଣ କରିଥିଲେ ।ଏହା ପରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଘ.୬.୪୦ ମି. ରେ ଅନୁଷ୍ଟିତ ହୋଇଥିଲା ଏହାପରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ଡାକିଯାଇ, ସନ୍ଧ୍ୟା ଧୂପ ଛେକ ଆସିବା ପରେ ସନ୍ଧ୍ୟା ଧୂପ ପୂଜା ବସିଥିଲା, ସନ୍ଧ୍ୟା ଧୂପ ଶେଷ ହୋଇ, ପ୍ରସାଦ ବାହାରି ପାଣି ପଡିବାପରେ ବିଧିମତେ ଜୟବିଜୟ ଦ୍ୱାର କୁ ପାଳିଆ ପଢ଼ିଆରୀ ବନ୍ଦ କରିଥିଲେ । ଏହାପରେ ଶ୍ରୀବିଗ୍ରହମାନଙ୍କ ପିତୃପୁରୁଷଙ୍କ ଉଦେଶ୍ୟରେ “ଦୀପ ଦାନ ଶ୍ରାଦ୍ଧ ନୀତି” ପାଇଁ ସୁଧାସୁଆର ସେବକଙ୍କ ଦ୍ୱାରା ଧୋପଖାଲ ହେବାପରେ (ପାଣି ପକାଇ – ପୋଛା ମରାଯିବା) ରତ୍ନସିଂହାସନ ତଳେ ଭଣ୍ଡାର ମେକାପଙ୍କ ଦ୍ୱାରା ଗୋଟିଏ ଚାଉଳ ଗଛ ପକାଯାଇଥିଲା,ମହାପ୍ରଭୁଙ୍କୁ ପ୍ରସାଦ ଲାଗି ପରେ ପାଳିଆ ମେକାପ ବ ଇ ଠା ମାନଙ୍କରେ ଘୃତ ପୂର୍ଣ କରି ଚାଉଳ ଗଛରେ ୨୮ ଟି ବତୀ ବସାଇଥିଲେ । ସେଥି ମଧ୍ୟରୁ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ଙ୍କ ନିମନ୍ତେ ୯ ଗୋଟି କରି ୧୮ ଗୋଟି ଏବଂ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ୧୦ ଗୋଟି ଦୀପ ବସାଯାଇଥିଲା ,ଏହାପରେ ତିନିଗୋଟି ସୁନା ଆଳତି ଲଗାଇବାପରେ, ଦୀପ ସଂସ୍କାର,ବନ୍ଦାପନା, ଏବଂ ମହାଦୀପ ଆଳତି କରିବାପାଇଁ ପୂଜାପଣ୍ଡା ସାମନ୍ତେ ଚାଉଳ ଗଛ ଓ ଦୀପ ମାନଙ୍କୁ ସଂସ୍କାର କରିଥିଲେ । ଏହାପରେ ପୂଜାପଣ୍ଡା ସାମନ୍ତେ, ପତି ମହାପାତ୍ରେ ଏବଂ ମୁଦିରାସ୍ତେ ସେବକ ବୃନ୍ଦ ରତ୍ନସିଂହାସନ କୁ ଉଠି ତିନିବାଡରେ ବନ୍ଦାପନା କରିଥିଲେ ଏହାପରେ ତିନୋଟି ମହା ଦୀପରେ ଶ୍ରୀବିଗ୍ରହମାନଙ୍କ ବନ୍ଦାପନା ହୋଇଥିଲା , ତତ୍ପରେ ତିନି ଜଣ ପୂଜାପଣ୍ଡା ସାମନ୍ତେ ମହାଦୀପ ଗୁଡିକୁ ହାତରେ ଧରି ଜୟବିଜୟ ଦ୍ୱାର ର ଭିତର ପାଖକୁ ଆସି ସେଠାରେ ଆସ୍ଥାନ ପ୍ରତିହାରୀ କରିଥିବା ଚାଉଳ ଗଛକୁ ପୂଜାପଣ୍ଡା ସାମନ୍ତେ ସଂସ୍କାର କରି ପାଣି ଛଡାଇ, ସେହି ମହାଦୀପ କଳସ ଗୁଡିକୁ ପାଳିଆ ଚୁନରାଙ୍କୁ ଦେଇଥିଲେ ।। ପାଳିଆ ଚୂନରା ସେବକ ବଡ ଓଡ଼ିଆ ମଠ ଏବଂ ରାଜା ସୁପରିଟେଣ୍ଡେଣ୍ଟଟ ଠାରୁ ଆସିଥିବା ତେଲ,ଘିଅ ନେଇ ଶ୍ରୀମନ୍ଦିର ଉପର ତିନି ଦେଉଳ ଅଁଳା ବେଢାରେ ଦୀପମାନ ଜାଳିଥିଲେ ଓ ଚନ୍ଦ୍ରଉଦିଆ ଜାଳି ରାଜାଙ୍କୁ ଆଶୀର୍ବାଦ ପୂର୍ବକ “ଗଜପତି – ମହାରାଜା ଙ୍କୁ ମହାପ୍ରଭୁ ଶଙ୍ଖେ ପୁରାଇ ଚକ୍ରେ ଆଢୁଆଳ କରନ୍ତୁ” ବୋଲି କହି (ଠିକ ଏକାଦଶୀ ନୀତି ପରି) ଏବଂ ହରିବୋଲ ଡାକଡେଇ “ଦେବ ଦୀପାବଳୀ” ନୀତି ସମ୍ପର୍ଣ୍ଣ କରି ଶ୍ରୀମନ୍ଦିର ଚୂଡ଼ାରୁ ଓଲାହିଥିଲେ । ଏହାପରେ ମହାପ୍ରଭୁଙ୍କ ମଇଲମ ହୋଇ ଚନ୍ଦନ ଲାଗି ପରେ ବଡ଼ସିଂହାର ବେଶ,ବଡ଼ସିଂହାର ଭୋଗ ଏବଂ ମହାପ୍ରଭୁଙ୍କ ରାତ୍ର ପହୁଡ଼ ହେବ ..
Related Stories
November 23, 2024