ଏଥିରେ ସାମିଲ ହୋଇଛି। ଆନୁଷ୍ଠାନିକ ଭାବେ ପୁରୀ ଜିଲ୍ଲା ବୋଲିଂ ସଂଘ (ପିଡିବିଏ) ଗଠିତ ହୋଇଛି। କ୍ରୀଡ଼ା ପାଇଁ ସ୍ବତନ୍ତ୍ର ସ୍ଥାନ ବହନ କରୁଥିବା ପୁରୀ ବୋଲିଂ ଖେଳରେ ବି ଅଗ୍ରଣୀ ଭୂମିକା ନେବାକୁ ପ୍ରୟାସ କରିବ ବୋଲି ଏହାର ସମ୍ପାଦକ ହରେଶ କୁମାର ମିଶ୍ର ଆଶା ପ୍ରକାଶ କରିଛନ୍ତି। ପିଡିବିଏର ଗଠନ ସମ୍ପର୍କିତ ଘୋଷଣା ଲାଗି ଆହୃତ ଏକ ସାମ୍ବାଦିକ ସମ୍ମଳନୀରେ ନବନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ରାଜ୍ୟ ସଂଘ ସମ୍ପାଦକ ସୁମିତ ରଂଜନ ପୁରୋହିତ ମଧ୍ୟ ଉପସ୍ଥିତ ରହି ଏହି ନବ ଉନ୍ମେଷ ଖେଳରେ ଥିବା ସୁଯୋଗ ଓ ସମ୍ଭାବନା ବିଷୟରେ ସୂଚନା ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ, ଲୋକପ୍ରିୟତା ଦିଗରେ ଅଗ୍ରସର ହେଉଥିବା ବୋଲିଂ ଓ ଲନ୍ ବଲ୍ ଖେଳରେ ଓଡ଼ିଶା ପ୍ରବେଶ ୩ ବର୍ଷ ହୋଇସାରିଛି। ଗତବର୍ଷ ଆସାମର ଗୁଆହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ତୃତୀୟ ସଂସ୍କରଣରେ ‘ଲନ୍ ବଲ୍’ ପଦାର୍ପଣ କରିଥିବା ବେଳେ ଓଡ଼ିଶା ଭାଗ ନେଇଥିଲା ।
୨୦୧୮ରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଆରିଫା ବେଗମ ଓ କୈଳାସ ମାଥୀ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଏହି ଖେଳକୁ ନେଇ ରାଜ୍ୟ ଓ ପୁରୀ ଜିଲ୍ଲାର କ୍ରୀଡ଼ାବିତ୍ ଉତ୍ସାହିତ ରହିଥିବା ପୁରୀ ଜିଲ୍ଲା ବୋଲିଂ ସଂଘ ସଭାପତି ରାଜେଶ କୁମାର ମିଶ୍ର ଆଶା ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଏହି ଖେଳକୁ ସ୍ବୀକୃତି ପ୍ରଦାନ ସହ ଭିତ୍ତିଭୂମି ଯୋଗାଇଦେଲେ ରାଜ୍ୟ ପାଇଁ ଅନେକ ଗୌରବ ଆସିପାରିବ ବୋଲି ଓଡ଼ିଶା ରାଜ୍ୟ ବୋଲିଂ ଆସୋସିଏସନ୍ (ଓଏସ୍ଏ)ର ସଭାପତି ତଥା ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ ମଧ୍ୟ ଦାବି ଉପସ୍ଥାପନ ବେଳେ ମତ ରଖିଛନ୍ତି।ପୁରୀ ଜିଲ୍ଲା ବୋଲିଂ ସଂଘ କର୍ମକର୍ତ୍ତା ଏବଂ ସଭାପତି ରାଜେଶ କୁମାର ମିଶ୍ର, ଉପ ସଭାପତି-ସୁବାଶିଷ ଖୁଣ୍ଟିଆ, ସାଧାରଣ ସମ୍ପାଦକ ହରେଶ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ-ଶକ୍ତି ପ୍ରସନ୍ନ ନାୟକ, କୋଷାଧକ୍ଷ- ବିଭୁ ପ୍ରସାଦ ମିଶ୍ର,କାର୍ଯ୍ୟନିର୍ବାହୀ ସଦସ୍ୟ- ବିଶ୍ବଜିତ ମହାପାତ୍ର, ବିଷ୍ଣୁଦତ୍ତ ସୁବୁଦ୍ଧି,ପାର୍ଥ ସାରଥୀ ମହାପାତ୍ର, ଦେବରଂଜନ ପଟ୍ଟନାୟକ, ଅରୁଣ ରାୟ, ମନୋଜ କୁମାର ଦାସ ଉପସ୍ଥିତ ଥିଲେ |