କରୋନାରେ ଦେଶରେ ଗତ ୨୪ ଘଂଟାରେ ୩୦,୨୫୪ ନୂଆ ମାମଲା, ୩୯୧ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ– ଦେଶରେ ଗତ ୨୪ଘଂଟା ମଧ୍ୟରେ ୩୦,୨୫୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ୩୯୧ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮,୫୭,୦୨୯ ରେ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩,୫୬,୫୪୬ ଥିବା ବେଳେ ବର୍ତମାନ ସୁଦ୍ଧା ୧,୪୩,୦୧୯ଜଣ ମୃତ୍ୟୁ ବରଣ କରିଛନ୍ତିା