Related Stories
November 23, 2024
ମାଲକାନଗିରି– ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଭେଙ୍କଟାପଲମ ପଞ୍ଚାୟତ ଏମ୍.ପି ଭି:- ୧୨୮ ଗ୍ରାମର ୪ ବର୍ଷର ଶିଶୁ କେବଳ କିଛି ଆର୍ଥିକ ଅଭାବରୁ ଚିକିତ୍ସିତ ହେବାରୁ ବଞ୍ଚିତ ହୋଇରହିଛି ଏପରିକି ସେ ଚଳ ପ୍ରଚଳ ପାଇଁ ସାହାରା ନେଉଛି ଆସା ବାଡିର । ସୂଚନା ଅନୁଯାୟୀ କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ପି ଭି:- ୧୨୮ ଗ୍ରାମର ଜଗଦୀଶ ବାଛାଡ଼ଙ୍କ ପୁଅ ଋଷିକାନ୍ତ ବାଛାଡ଼ ବୟସ ମାତ୍ର ୪ ବର୍ଷ । ପିଲାଟି ୨ ବର୍ଷ ବୟସରେ ଖେଳୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ଘର ବାରଣ୍ଡାରୁ ପଡିଯିବାରୁ ତାର ବାମ ଗୋଡ଼ଟି ଭାଙ୍ଗିଯାଇଥିଲା!ପରେ ପରିବାର ଲୋକେ ବହୁ ଚେଷ୍ଟା କରିଥିଲେ ପିଲାଟିର ଚିକିତ୍ସା କରେଇବା ପାଇଁ ହେଲେ ଅର୍ଥ ଅଭାବରୁ ଚିକିତ୍ସା ହୋଇପାରି ନ ଥିଲା । ପିଲାଟି ବର୍ତ୍ତମାନ ଏମ୍.ପି.ଭି:-୨୯ ଗ୍ରାମରେ ତାର ଅଜା ମଥୁର ମଣ୍ଡଳଙ୍କ ଘରେ ରହୁଛି । ଡାକ୍ତରଙ୍କ କହିବା ଅନୁଯାୟୀ ବିନା ଅସ୍ତ୍ରୋପଚାରରେ ପିଲାଟି ସମ୍ପୂର୍ଣ୍ଣ ଭାବରେ ଭଲ ହୋଇ ପାରିବ ନାହିଁ ଏବଂ ପିଲାଟିର ଚିକିତ୍ସା ପାଇଁ ବହୁ ଟଙ୍କା ଖର୍ଚ୍ଚ ମଧ୍ୟ ହେବ । ତେବେ ସେଥିପାଇଁ ପରିବାର ଲୋକେ ସ୍ୱଳ୍ପ କିଛି ଟଙ୍କା ଯୋଗାଡ଼ କରିପାରିଛନ୍ତି କିନ୍ତୁ ସେତିକିରେ ପିଲାଟିର ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ନୁହେଁ । ଯାହାଫଳରେ ସେମାନେ ଏବେ ଜିଲ୍ଲା ପ୍ରଶାସନ ନିକଟରେ କିଛି ଆର୍ଥିକ ସହାୟତା ଯୋଗାଇଦେବାକୁ ଗୁହାରି କରିଛନ୍ତି । ତେବେ ଏନେଇ ଆମେ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ଙ୍କୁ ଯୋଗାଯୋଗ କରିବାରୁ ସେ ତୁରନ୍ତ ରୁଷିକାନ୍ତଙ୍କ ସମସ୍ତ ଚିକିତ୍ସା ବ୍ୟବସ୍ତା କରାଇବା ସହ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।