
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ,୧୨/୧୨/୨୦୨୦,ଓଡିଶା ବ୍ରାହ୍ମଣ ସମାଜ ତରଫରୁ ୨ ଦଫା ଦାବିନେଇ ଶ୍ରୀମନ୍ଦିର ସମ୍ମୁଖରେ ଗୀତାପାଠ ଆୟୋଜନ ପୂର୍ବକ ଜିଲ୍ଲାପାଳ ବଲୱନ୍ତ ସିଂହ ଙ୍କ ଉଦେଶ୍ୟ ରେ ଓଡିଶା ବ୍ରାହ୍ମଣ ସମାଜର ସଭାପତି ଆଚାର୍ଯ୍ୟ ରତିକାନ୍ତ ଦାଶ,ଓଡିଶା ବ୍ରାହ୍ମଣ ସମାଜର ସମ୍ପାଦକ ଦୀପକ କୁମାର ଶତପଥି,ଓଡିଶା ବ୍ରାହ୍ମଣ ସମାଜର କୋଷାଧ୍ୟକ୍ଷ ଆଚାର୍ଯ୍ୟ ପ୍ରଭାକର ଦାଶଶର୍ମା ପ୍ରମୁଖ ଏକ ଦାବିପତ୍ର ପ୍ରଦାନ କରିଛନ୍ତି |
ଉଲ୍ଲେଖ ମୌଳିକ ଦାବିଗୁଡିକ ହେଲା….
୧-ରାଜ୍ୟର ସମସ୍ତ ଦେବାଳୟ ଗୁଡିକୁ ଯଥାଶୀଘ୍ର ଖୋଲିବା,
୨-ରାଜ୍ୟର ଧାର୍ମିକ ସମାବେଶ ଉପରୁ ପ୍ରତିବନ୍ଧକ ହଟାଇବା,
୩-ରାଜ୍ୟର ପ୍ରତେକ ବ୍ରାହ୍ମଣ ପରିବାରକୁ ରାସନକାର୍ଡ ସୁନିଶ୍ଚିତ କରାଇବା,
୪-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କାଘର ଯୋଜନାରେ ସମସ୍ତ ବ୍ରାହ୍ମଣଙ୍କୁ ସାମିଲ କରାଇବା,
୫-ରାଜ୍ୟର ସମସ୍ତ କୌଳିକ ବୃତ୍ତି ଧାରୀ କର୍ମ କାଣ୍ଡ ବ୍ରାହ୍ମଣ ମାନଙ୍କୁ ମାନ୍ୟତା ପ୍ରଦାନ ତଥା ସଂସ୍କୃତି ରକ୍ଷକ ଭତା ପ୍ରଦାନ କରିବା,
୬-ସ୍ୱାସ୍ଥ୍ୟ ସମ୍ବଦ୍ଧିତ ବିଭିନ୍ନ ବୀମା ଯୋଜନାରେ ରାଜ୍ୟର ସମସ୍ତ ବ୍ରାହ୍ମଣଙ୍କୁ ସାମିଲ କରିବା,
୭-ମୁଖ୍ୟମନ୍ତ୍ରୀଙ୍କ ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ ପ୍ରସ୍ତାବକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା,