-
୩ ଜାନୁଆରୀ ପରଠାରୁ ଦେଶବାସୀ ମାନଙ୍କ ପାଇଁ ଶ୍ରୀମନ୍ଦିର ଖୋଲିପାରେ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ନୀଳାଦ୍ରି ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ଼ଃ କିଶନ କୁମାର ଜୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଛତିଶା ନିଯୋଗର ବୈଠକରେ ଶ୍ରୀମନ୍ଦିର ଖୋଲିବା ପାଇଁ ମାପଦଣ୍ଡକୁ ନେଇ ସେବାୟତ ମାନଙ୍କ ମଧ୍ୟରେ ମତଭେଦ ହୋଇଥିବା କଥା ଜଣାପଡ଼ିଛି |କିଛି ସେବାୟତ ମନ୍ଦିର ପ୍ରଶାସକଙ୍କ ନିଷ୍ପତ୍ତି ରେ ସହଯୋଗ କରିଥିବା ବେଳେ କିଛି ସେବାୟତ ମାପଦଣ୍ଡକୁ ବିରୋଧ କରିଛନ୍ତି |ବିରୋଧ କରିଥିବା ସେବାୟତ ମାନେ ଶ୍ରୀମନ୍ଦିରରେ ଭକ୍ତଙ୍କ ସଂଖ୍ୟା ୫0000 ପର୍ଯ୍ୟନ୍ତ ସୀମିତ କରାଯିବା ଉପରେ ଆପତ୍ତି କରିଛନ୍ତି |
ଯାହାକି ସାଧାରଣ ଦିନମାନଙ୍କରେ ଲକ୍ଷରୁ ଅଧିକ ସଂଖ୍ୟାରେ ଭକ୍ତ ମାନେ ଦର୍ଶନ ପାଇଁ ଆସୁଥିଲେ |ନାଁ ଗୁପ୍ତ ରଖାଯିବା ସର୍ତ ଉପରେ କିଛି ସେବାୟତ କହିଛନ୍ତି ଆଜିକାଲି ସରକାର ବଜାର, ଶପିଙ୍ଗ ମଲ, ବସ, ଟ୍ରେନ ଆଦିକୁ ଖୋଲିଦେଇଛନ୍ତି |
ସେମାନେ ପ୍ରଶ୍ନ କରିଛନ୍ତି ଯେ କିଏ ଜାଣିନି କି ଏଠି କେତେ ଭିଡ ହେଉଛି |ତଥାପି କଣ ପାଇଁ ଶ୍ରୀମନ୍ଦିରରେ ସଂଖ୍ୟା ସୀମିତ କାହିଁକି କରାଯାଉଛି?ବଜାର, ଶପିଙ୍ଗ ମଲ, ବସ, ଟ୍ରେନରେ ହେଉଥିବା ଭିଡ଼ରେ କରୋନା ସଂକ୍ରମଣ ହେଉନଥିବାବେଳେ କିଭଳି ଶ୍ରୀମନ୍ଦିରରେ କେମିତି କରୋନା ସଂକ୍ରମଣ ହେବ |ଯାହାକି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି ତାହାସହିତ ସେବାୟତ ମାନେ ଭକ୍ତଙ୍କ ଖୋଲା ଦର୍ଶନ ନିମନ୍ତେ ଖୋଲିବାପାଇଁ ଦାବିରଖିଛନ୍ତି |ବୈଠକରେ ଆନନ୍ଦ ବଜାରରେ ମହାପ୍ରସାଦ ଭୋଜନ କରିବାର ବ୍ୟବସ୍ଥାକୁ ନେଇ କିଛି ନିଷ୍ପତ୍ତି ହୋଇନାହିଁ |ଏଥିପାଇଁ ମନ୍ଦିର ପ୍ରଶାସକ ଏହି ସମସ୍ତ ସମସ୍ୟା କୁ ଖୋଲିକରି କିଛି ନିଷ୍ପତ୍ତି ନ ନେଇ ସମ୍ପୂର୍ଣ୍ଣ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡି ଦେଇଛନ୍ତି |ଯାହାକି ରାଜ୍ୟ ସରକାର କହିଛନ୍ତି କରୋନାର ସ୍ଥିତି ଦେଖି ମନ୍ଦିର ଏବଂ ସ୍ଥାନୀୟ ପ୍ରଶାସନ ମନ୍ଦିର ମାନଙ୍କ ଖୋଲିବା ପାଇଁ ନିଷ୍ପତ୍ତି ନେଇପାରିବେ |ଏଭଳି ସେବାୟତ ମାନେ ପ୍ରଶ୍ନ କରିଛନ୍ତି କି ନିଷ୍ପତ୍ତି କାହିଁକି ନିଆଯାଇପାରୁନି |