ଭଦ୍ରକ– ଧାମନଗର ତହସିଲ ଅଧିନସ୍ଥ ବୈତରଣୀ, ଗେଙ୍ଗୁଟି ଓ କୋଚିଳା ନଦୀ ଶର୍ଯ୍ୟାରୁ ଦୈନିକ ଶହଶହ ଟ୍ରିପ ଚୋରା ବାଲି ଚାଲାଣ ହେଉଛି ା ଫଳରେ ସରକାର ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ହରାଉଛି ା ଆଜି ସକାଳେ ତହସିଲଦାର ରାଧାକାନ୍ତ ବାରିକ ଓ ଅନ୍ୟ ୩ କର୍ମଚାରୀ କୌଣସି ସୂତ୍ରରୁ ଖବରପାଇ ଅର୍ଜୁନପୁର ପଂଚାୟତ ବୈତରଣୀ ନଦୀର ବାଲିପାଟଣାସ୍ଥିତ ମହାଦେବ ମନ୍ଦିର ନିକଟରେ ଚୋରା ବାଲି ଚାଲାଣ ହେଉଥିବା ସ୍ଥାନରେ ଚଢଉ କରିଥିଲେ ା ହେଲେ ସେଠାରେ ଉପସ୍ଥିତି ଥିବା ସ୍ଥାନୀୟ ବାଲି ମାଫିଆ ଦିଲ୍ଲୀପ ସାହୁ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀ ମାନଙ୍କୁ ଆକ୍ରମଣ କରିବା ସହିତ ଗାଳିଗୁଲଜ ଏବଂ ର୍ଦୁବ୍ୟବହାର କରିଥିଲେ ା ଭୟଭିତ ହୋଇ ତହସିଲଦାର ଶ୍ରୀ ବାରିକ ଧୁଷୁରୀ ଥାନାକୁ ଜଣାଇଥିଲେ ା କିଛି ସମୟରେ ପରେ ପୁଲିସ ଫୋର୍ସ ସେଠାରେ ପହଂଚି ଦିଲ୍ଲୀପ ସାହୁକୁ ଗିରଫ କରିଥିଲେ ା ଏସଂପର୍କରେ ତହିଲଦାରଙ୍କ ଅଭିେଯାଗ କ୍ରମେ ଧୁଷୁରୀ ଥାନାରେ କେଶ ନ-୨୫୧/୨୦ରେ ଏକ ମାମଲା ରୁଜୁ କରାଯିବା ସହିତ ସଂପୃକ୍ତ ଅଭିଯୁକ୍ତ ଦିଲ୍ଲୀପକୁ କୋର୍ଟ ଚାଲାଣ କରାଯାଇଛି ା ପ୍ରକାଶ ଥାଉକି ଖଡିପଦା ପଂଚାୟତ କୋରକଦା ନିକଟସ୍ଥ କନକେଇସ୍ଥିତ ଗେଙ୍ଗୁଟି ନଦୀ ପଠାରୁ ଚୋରା ମାଟି ଓ ବାଲି ଉତୋଳନ ହେଉଥିବା ବେଳେ ତହସିଲଦାର ଓ ପୁଲିସ ମିଳିତ ଭାବେ ଚଢଉ କରି ଗୋଟିଏ ଜେସିବି ସହିତ ୮ଟି ଟ୍ରାକ୍ଝର ଜବତ କରି ୧ଲକ୍ଷରୁ ଉଦ୍ଧ୍ର୍ବ ଜୋରିମାନା ଆଦାୟ କରିଥିଲେ ା ସେହିପରି ବ୍ଲକର ବିଭିନ୍ନ ସ୍ଥାନରୁ ଚୋରା ବାଲି ଚାଲାଣ ହେଉଛି ା ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ ମଧ୍ଯ ହରାଉଛି ା