Skip to content

ଫୁଲବାଣୀ ପିଅନପଡା ଅଂଚଳରେ ଥିବା ବନ୍ଧ ନିକଟରେ ଏକ ପୁରୁଣା ଘର ଉପରେ ବଡ ଆମ୍ବ ଗଛ ପଡିଯିବା ଫଳରେ ଘରେ ଥିବା ଜଣେ ବୃଦ୍ଧାଙ୍କର ଘଟଣା ସ୍ଥଳରେ ମୃତୁ୍ୟ ଘଟିଛି. ଏହା ସହିତ ଘରେ ଥିବା ଆଉ ଜଣେ ୪ ବର୍ଷର ବାଳିକା ଗୁରୁତର ଭାବରେ ଆହତ ହୋଇ ଫୁଲବାଣୀ ଡାକ୍ତରଖାନାରେ ଭର୍ତି ହୋଇ ô ô ିତ ହେଉଥିବା ଜଣାପଡିଛି. ସୂଚନା ଅନୁସାରେ ଆଜି ସଂନ୍ଧ୍ୟା ସମୟରେ ପିଅନପଡା ସ୍ଥିତ ହନୁମାନ ମୁର୍ତି ପାଖରେ ଥିବା ଏକ ପୁରୁଣା ଗଛ ନିକଟରେ ଥିବା ଏକ ଘର ଉପରେ ପଡିଯାଇଥିଲା. ଫଳରେ ଘରଟି ଭାଙ୍ଗିଯିବା ସହିତ ଭିତରେ ଶୋଇଥିବା ବୃଦ୍ଧାଙ୍କ ଉପରେ ଘର ଭିତରେ ଥିବା ଆଲମାରିଟି ଚାପି ହୋଇଯାଇଥିବାରୁ ସେଠାରେ ତାଙ୍କର ମୃତୁ୍ୟ ଘଟିଛି. ମୃତ ବୃଦ୍ଧାଙ୍କ ନାମ ସୁକୁମଣି ବେହେରା (୫୫) ବୋଲି ଜଣାପଡିଛି. ସୁକୁମଣିଙ୍କ ନାତୁଣି ବେବୀ ମୁଖି ଏଥିରେ ଗୁରୁତର ଭାବରେ ଆହତ ହୋଇଥିଲା. ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ସେଠାରେ ଅଗ୍ନିଶମ ବାହୀନି ସେଠାରେ ପହଂଚି ଗଛକୁ କାଡିବାପରେ ସେଠାରୁ ଆହତ ନାବାଳିକାକୁ ଉଦ୍ଧାର କରାଯାଇ ତାଙ୍କୁ ଫୁଲବାଣୀ ଡାକ୍ତରଖାନାରେ କରାଯାଇଛି କରାଯାଇଛି. ଖବର ପାଇଁ ଫୁଲବାଣୀ ଆଦର୍ଶ ଥାନା ପୋଲିସ ସେଠାରେ ପହଂଚି ଶବକୁ ବ୍ୟବଛେଦ ପାଇଁ
Enjoy this blog? Please spread the word :)