ବାରିପଦା – ଆଜିର ବିଂଶ ଶତାବ୍ଦୀରେ ମଧ୍ୟ ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବସା ବାନ୍ଧି ରହିଛି ଏବଂ ବିଭିନ୍ନ ସମୟରେ ବିନା ଦୋଷରେ ନୀରିହ ଜନତା ଏହାର ଶିକାର ହେଉଥିବାର ବହୁ ନଜିର ରହିଛି । ଗୁଣିଗାରେଡି, ଡାହାଣୀ ସନ୍ଦେହରେ ମୟୁରଭଞ୍ଜ ଜିଲାରେ ପ୍ରତ୍ୟେକ ବର୍ଷ ଏକାଧିକ ବ୍ୟକ୍ତିଙ୍କୁ ହତ୍ୟା କରାଯାଉଥିବାବେଳେ ଅନେକ ନୀରିହ ଲୋକଙ୍କୁ ନିର୍ଯାତନା ଦିଆଯାଉଥିବାକୁ ନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହେଉଥିବାର ପରିଲକ୍ଷିତ ହଉଥିବା ସମୟରେ ଆଜି ପୁଣିଥରେ ଏହି ପ୍ରକାରର ଦୁଃଖଦାୟକ, ଅଭାବନୀୟ ଘଟଣା ଜିଲ୍ଲାରେ ଚାଂଚଲ୍ୟ ସୃଷ୍ଟି କରିଛି ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, କପ୍ତିପଦା ଥାନା ମଝିଗଡିଆ ପଂଚାୟତ ଅଧିନ ସୀତାରାମସାହିରେ ଡବଲ ମର୍ଡ଼ର ଘଟଣା, ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କୁ ହତ୍ୟା କରିବା ପରେ ଶବର ହାତ ଓ ଗୋଡ଼କୁ ଇଟାରେ ବାନ୍ଧି ଡଙ୍ଗାରେ ନେଇ ସୋନ ଡ୍ୟାମ ମଝି ପାଣିରେ ପକାଇ ଦେଇଥିବା ଘଟଣା ସାରା ଜିଲ୍ଲାରେ ଚାଂଚଲ୍ୟ ଖେଳାଇ ଦେଇଛି ।
ଗତ ଅକ୍ଟୋବର ୬ ତାରିଖରେ ସ୍ୱ।।ମୀ ସିତାରାମ ସିଂ ତାଙ୍କ ସ୍ତ୍ରୀ ଲେତ ସିଂକୁ ନେଇ ନିକଟରେ ହେଉଥିବା ଫୁଟବଲ ଖେଳ ଦେଖିବା ପାଇଁ ଯାଇ ଘରକୁ ଫେରିନଥିଲେ । ଚପରାଶିର ଲୋକେ ଖୋଜାଖୋଜି କରି ନିରାସ ହେବାପରେ ପୁଣି ପରବର୍ତି ଦିନ ସୋମବାର ସକାଳୁ ବିଭିନ୍ନ ସ୍ଥାନରେ ଖୋଜିବା ପରେ ଗାଁର ଅଳ୍ପ ଦୂରରେ ଥିବା ବୁଦା ନିକଟରେ ରକ୍ତଛିଟା ସହ ନିଆଁରେ ପୋଡାଯାଇଥିବା ପିନ୍ଧାଲୁଗା, ଚପଲ ପଡିଥିବାର ଦେଖିବାକୁ ପାଇ ବାପା ମା’ଙ୍କର ବୋଲି ଝିଅ ଚିହ୍ନଟ କରିବା ପରେ କପ୍ତିପଦା ଥାନାକୁ ଖବର ଦେଇଥିଲେ । ଖବର ପଶି ଥାନା ଅଧିକାରୀ ସାଇଂଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ସନ୍ଧାନୀ କୁକୁର ସୋନ ଡ୍ୟାମର ଏକ ଘାଟ ନିକଟରେ ଅଟକି ଥିଲା, ସେଥିରୁ ସ୍ପଷ୍ଟ ଜଣା ପଡିଥିଲା କି ମୃତ ଦେହକୁ ସୋନ ଡ଼୍ୟାମର ପାଣିରେ ବୁଡାଇ ଦିଆଯାଇଛି । ଆଜି ଅଗ୍ନୀଶମ ବିଭାଗ ଓ ପୋଲିସର ମିଳିତ ଉଦ୍ୟମ ପରେ ମଧ୍ୟ ମୃତକମାନଙ୍କ ଗଳିତ ଶବକୁ ଡ୍ୟାମର ଗଭୀର ପାଣିରୁ ହାତ, ଗୋଡ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ସୂଚନା ଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୩ରେ ମୃତକର ସ୍ତ୍ରୀ ଓ ସମୁଦିଙ୍କୁ ଗ୍ରାମର ଲୋକମାନେ ଡାହାଣୀ ସନ୍ଦେହ କରି ଗଛରେ ବାନ୍ଧି ମାଡ଼ ମାରିଥିଲେ ଏବଂ ଏହି ଘଟଣାକୁ ନେଇ ୧୪ରେ ତାଙ୍କ ଭଣଜା ଜୁରା ହୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏ ସମ୍ପକରେ କୈାଣସି ପଦକ୍ଷେପ ନେଇ ନଥିଲେ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଲୋକମାନଙ୍କୁ ଗୁଣିଗାରେଡି ଓ ଡାହାଣୀ ସନ୍ଦେହରୁ ନିବୃ ରହିବା ପାଇଁ ସଚେତନତା କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ କପ୍ତିପଦା ଥାନା ଅଧିକାରୀ ଏସମ୍ପର୍କରେ ଅଗତ ଥାଇ ମଧ୍ୟ କୋ÷ଣସି ପଦକ୍ଷେପ ନେଇନଥିଲେ, ଫଳରେ ଦୁଇଟି ନିରିହ ଜୀବନର ଅକାଳରେ ମୃତ୍ୟୁ ହେବା ସହ ସେମାନଙ୍କ ୩ ନାବାଳକ ସନ୍ତାନ ଅନାଥ ହୋଇଗଲେ ।
ଏ ସମ୍ପର୍କରେ ଥାନା ଅଧିକାରି କୋ÷ଣସି ପ୍ରତିକ୍ରିୟା ଦେଇ ନଥିବାବେଳେ ଗ୍ରାମ ଲୋକଙ୍କୁ ସଚେତନତା କରାଯାଇଥିଲେ ହୁଏତ ଦୁଇଦୁଇଟା ନିରିହ ଜୀବନ ଯାଇପାରିଥାନ୍ତା ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।