ବର୍ତମାନ ସାରା ରାଜ୍ୟରେ ମଣ୍ଡି ଜରିଆରେ ଚାଷୀମାନେ ଧାନ ବିକ୍ରି କରୁଛନ୍ତି ଏବଂ କେନ୍ଦ୍ର ସରକାର ଧାନର ଏମଏସପି କ୍ୱିଂଟାଲ ପ୍ରତି ୧୮୬୮ ଟଙ୍କା ରାଜ୍ୟକୁ ପଠାଉଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ମଣ୍ଡିମାନଙ୍କରେ ଚାଷୀର ଧାନ ପ୍ରତି କ୍ୱିଂଟାଲ ପିଛା ୬/୮ କେଜି କଟ୍ନି ଛଟ୍ନି କରାଯାଇ ଚାଷୀମାନଙ୍କ ଶୋଷିତ କରାଯାଉଛି । ଟୋକନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଯୋଗୁଁ ଛୋଟ ଓ ମଧ୍ୟମ ଚାଷୀମାନେ ମାତ୍ର ୧୨୦୦ ରୁ ୧୪୦୦ ଟଙ୍କାରେ ମଧ୍ୟସ୍ଥି ଓ ଦଲାଲମାନଙ୍କୁ ଧାନ ବିକ୍ରି କରୁଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର, ବରମୁଣ୍ଡା ବସଷ୍ଟାଣ୍ଡର ବିକାଶ କାର୍ଯ୍ୟର ସମୀକ୍ଷା କରିବା ସ୍ୱାଗତଯୋଗ୍ୟ । ଅନ୍ୟ ପଟେ ୭୦ ପ୍ରତିଶତ କୃଷକମାନଙ୍କ ଭୋଟରେ ମୁଖ୍ୟମନ୍ତ୍ରୀ ଚୈାକିରେ ବସିଥିବା ନବୀନ ବାବୁ ଓଡିଶାର ମଣ୍ଡି ବ୍ୟବସ୍ଥାକୁ କାହିଁକି ସମୀକ୍ଷା କରୁନାହାନ୍ତି ? ଯଦି ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ଚାଷୀମାନଙ୍କ ପ୍ରତି ଦରଦ ଥିବ, ତାହେଲେ ଯେ କୈାଣସି ଏକ ମଣ୍ଡିକୁ ଯାଇ କୃଷକମାନଙ୍କ ସମସ୍ୟା ସଂପର୍କରେ ଅବଗତ ହୁଅନ୍ତୁ ବୋଲି ଶ୍ରୀ ପୁରୋହିତ ଆହ୍ୱାନ ଦେଇ କହିଛନ୍ତି ।
ଦେଶର ଅନ୍ୟ ରାଜ୍ୟ ଯଥା, ଛତିଶଗଡ, ମଧ୍ୟପ୍ରଦେଶ ଓ ଅନେକ ରାଜ୍ୟମାନେ ନିଜସ୍ୱ ପାଂଠିରୁ ଚାଷୀମାନଙ୍କୁ ବୋନସ ପ୍ରଦାନ କରୁଛନ୍ତି । ୨୦୧୫ ମସିହା ନଭେମ୍ବର ୧୫ ତାରିଖ ଦିନ ନିଜେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲା ସୋହେଲା ଚାଷୀ ସମାବେଶରେ ଚାଷୀଙ୍କ ଧାନ କ୍ୱିଂଟାଲ ପିଛା ୧୦୦ ଟଙ୍କାର ବୋନସ ପ୍ରଦାନ ଘୋଷଣା କରିଥିଲେ । ଯାହାକି ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରୀ କରାଗଲା ନାହିଁ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି । ଏପରିକି ସେହି ଚାଷୀ ସମାବେଶରେ ପଶ୍ଚିମାଂଚଳର କୃଷି କ୍ଷେତ୍ରର ବିକାଶ ପାଇଁ (ଜଳସେଚନ) ୩୫ ହଜରା କୋଟି ଟଙ୍କା ୫ ବର୍ଷ ଭିତରେ ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିôତଲେ ହେଁ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ଖର୍ଚ୍ଚ ହୋଇନାହିଁ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ଚାଷୀଙ୍କ ବ୍ୟାଂକ ଖାତାକୁ ସିଧାସଳଖ ପ୍ରତି ବର୍ଷ ୬୦୦୦ ଟଙ୍କା ପ୍ରଦାନ କରୁଥିବାବେଳେ ବାରମ୍ବାର ଅନୁରୋଧ ସତ୍ୱେ ରାଜ୍ୟ ସରକାର କାହିଁକି ଓ କାହା ସ୍ୱାର୍ଥରେ ସଂପୂର୍ଣ୍ଣ ତାଲିକା କେନ୍ଦ୍ର ସରକାରଙ୍କୁ ଦେଉନାହାନ୍ତି ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।
ଧାନର ଏମଏସପି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବକ୍ତବ୍ୟକୁ ଦୋମୁହାଁ ନୀତି ବୋଲି କହିବା ସହ ଏହି ପ୍ରସଙ୍ଗରେ କୈାଣସି ବକ୍ତବ୍ୟ ଦେବା ପୂର୍ବରୁ ରାଜ୍ୟ ସରକାର ୟୁପିଏ ଓ ଏନଡିଏ ସରକାର ସମୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଥରେ ସଠିକ ମୁଲ୍ୟାଙ୍କନ କରିବା ଉଚିତ୍ ବୋଲି ଶ୍ରୀ ପୁରୋହିତ୍ କହିଛନ୍ତି ।
୨୦୧୩ ମସିହାରେ ଧାନର ଏମଏସପି କ୍ୱଂଟାଲ ପ୍ରତି ୧୩୧୦ ଟଙ୍କା ଥିବାବେଳେ ୨୦୨୦ ମସିହାରେ ଏହା ୧୮୬୮ ଟଙ୍କାକୁ ବୃଦ୍ଧି ପାଇଛି । ୨୦୦୯-୨୦୧୪ ୟୁପିଏ ଶାସନ କାଳରେ ଓଡିଶାରୁ ୧୪.୨୬ମିଲିୟନ ମେଟ୍ରିକ ଟନ୍ ଧାନ କ୍ରୟ କରାଯାଇଥିଲା ଏବଂ ହାହାରି ଏମଏସପି କ୍ୱିଂଟାଲ ପ୍ରତି ୧୧୬୦ ଟଙ୍କା ଥିଲା । ଅନ୍ୟପଟେ ୨୦୧୪-୨୦୨୦ ମୋଦିଙ୍କ ଶାସନରେ ରାଜ୍ୟରୁ ୨୨.୮୬ ମିଲିୟନ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଅଛି । ଚଳିତ ୨୦୨୦-୨୧ଅର୍ଥିକ ବର୍ଷରେ ଏମଏସପି ସର୍ବକାଳୀନ ଅଧିକ ୧୮୬୮ ଟଙ୍କାରେ ପହଂଚିଛି । ଏହା ହିଁ ମୋଦି ସରକାରଙ୍କ ଚାଷୀଙ୍କ ପ୍ରତି ଆନ୍ତରିକତାକୁ ଓ ନିଷ୍ଠାକୁ ଦର୍ଶାଉଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ରାଜ୍ୟ ସରକାର ୨୦୧୭-୧୮ ମସିହାରେ ୫୪.୩୭ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ମାତ୍ର ୪୯.୦୬ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିଥିଲେ । ସେହିପରି ୨୦୧୮-୧୯ ମସିହାରେ ୭୪.୪୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ମାତ୍ର ୬୫.୨୩ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିଥିଲେ ଏବଂ ୨୦୧୯-୨୦ ମସିହାରେ ୬୯.୪୮ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ମାତ୍ର ୬୬.୯୩ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିଥିଲେ । ଚଳିତ ବର୍ଷ ଓଡିଶାରୁ ୧ ଲକ୍ଷ ମେଟ୍ରିକ ଟନ ଧାନ କିଣିବା ପାଇଁ କେନ୍ଦ୍ର ପ୍ରସ୍ତାବ ଦେଇଥିବାବେଳେ ଓଡିଶାର ସବୁ ଚାଷୀଙ୍କ ଧାନ କିଣିବା ପଇଁ ରାଜ୍ୟ ସରକାର କାହିଁକି ବାଧକ ସାଜୁଛନ୍ତି ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ୩୫୦୦ ମଣ୍ଡି ଖୋଲିବାକୁ ପ୍ରାବଧାନ ଥିବାବେଳେ, ଅଧିକାଂଶ ମଣ୍ଡି କାହିଁକି ଖୋଲା ଯାଇନାହିଁ ? ଜଳସେଚିତ ଅଂଚଳର ଚାଷୀଙ୍କଠାରୁ ୧୯ କ୍ୱିଂଟାଲ ଏବଂ ଅଣଜଳସେଚିତ ଅଂଚଳର ଚାଷୀଙ୍କଠାରୁ ୧୩ କ୍ୱିଂଟାଲ ଧାନ କିଣିବାର ରାଜ୍ୟ ସରକାର ନିଷ୍ପତି ନେଇଥିବାବେଳେ ଚାଷୀମାନେ ନିଜ ନିଜ ଉପାର୍ଜିତ ବଳକା ଧାନକୁ କେଉଁଠି ବିକ୍ରି କରିବେ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରଶ୍ନ କରିବା ସହ ରାଜ୍ୟ ସରକାର ଏହା ସଂପର୍କରେ ମଧ୍ୟ ସ୍ପଷ୍ଟୀକରଣ ଦେବା ଉଚିତ୍ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।