
କେନ୍ଦୁଝର– କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କାଠବାରୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବାହାଘର ପାଇଁ ଲାଗିଥିବା ଜେନେରେଟର ରୁମ୍ ରେ ପ୍ରବଳ ଶୀତ ଯୋଗୁଁ ୪ ଜଣ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଜଣକ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ଦ୍ୱୟ ହେଲେ କାଠବାରୀ ଗ୍ରାମର ବାଦଲ ନାଏକ (୧୫) ଓ ବାଇଧର ନାଏକ (୩୦) ।