ପୋଲିସର ସୂଚନା ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ବେପରୁଆ ଗାଡ଼ି ଚାଳକଙ୍କ ଠାରୁ ୬୧ ହଜାର ୬୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି ମାସ୍କ ବ୍ୟବହାର କରୁନଥିବା ବ୍ୟକ୍ତିବିଶେଷଙ୍କ ନିକଟରୁ ୧୦୦୦ ଟଙ୍କା ଆଦାୟ କରାଯାଇଛି । ଏହିପରି ଜୋରିମାନା ବାବଦକୁ ମୋଟ୍ ୬୨ ହଜାର ୬୦୦ ଟଙ୍କା ଆଦାୟ କରାଯାଇଛି ।
ଅନୁରୂପ ଭାବେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟୀଙ୍କ ଉପରେ ଚଢ଼ଉ କରାଯିବା ସହିତ ଏସବୁ ସ୍ଥାନରୁ ୨୯୨.୪ ଲିଟର ମଦ ଜବତ ହୋଇଛି । ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି । ଏ ସଂକ୍ରାନ୍ତରେ ପୃଥକ୍ ପୃଥକ୍ ୯ଟି ଅବକାରୀ ମାମଲା ଥାନାରେ ରୁଜ୍ଜୁ କରାଯାଇଛି ।