
ଭୁବନେଶ୍ୱର – ବିଧାନସଭା ସଚ୍ଚିବାଳୟର ୫୪ ନମ୍ୱର ପ୍ରକୋଷ୍ଠରେ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ, ସିଂଖ୍ୟାଲଘୁ ଓ ପଛୁଆ ଜାତି କଲ୍ୟାଣ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉକ୍ତ ବୈଠକରେ ୨୦୧୯-୨୦୨୦ କମିଟି ବୈଠକରେ ନିଆଯାଇଥିବା ନିଷ୍ପତିର କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ବେଠକରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ପିତମ୍ ପାଢୀ, ଚକ୍ରମଣି କହଁର, ମକରନ୍ଦ ମୁଦୁଲି, ରମେଶ ଚନ୍ଦ୍ର ବେହେରା, ଡଃ. ସି. ଏସ୍. ରାଜନ୍ ଏକ୍କା, ନାଉରି ନାୟକ, ନବ ଚରଣ ମାଝ,ିଅନୁସୂଚୀତ ଜାତିଓ ଜନଜାତି ଉନ୍ନୟନ ସଚିବ ରଞ୍ଜନା ବଚାପ୍ରା, ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଭାଗୀୟ
ପଦାଧିକାରୀମାନେ ଉପସ୍ଥିତ ଥିଲେ ।